ତୁଣ୍ଡ ବାଇଦ
ତୁଣ୍ଡ ବାଇଦ
ତୁଣ୍ଡ ବାଇଦରେ ତୁଣ୍ଡ ବାଇଦ
ଡିବି ଡିବି ଡିବି କରୁ ଶବଦ
ମୁଣ୍ଡ ଘୁରିଯାଏ ଶବଦ ଶୁଣି
ଶବଦେ ପୁରିଛି ବହୁ କାହାଣୀ l
ଚାହାଣି ମଣ୍ଡପୁ କମଳା ଚାହିଁ
କହନ୍ତି ଶୁଣରେ ଭକତ ଭାଇ
କାଳିଆ ଭୁଆଁଟା କୁଆଡ଼େ ଗଲା
ରସିକ ନାଗର ରସେ ରସିଲା l
ମନେ ପଡ଼ିଲେ କି ବ୍ରଜ ତରୁଣୀ
ସଙ୍ଗେ ଯାଇଛନ୍ତି ଭାଇ ଭଉଣୀ
ଯେମନ୍ତ ଭଉଣୀ ତେମନ୍ତ ଭାଇ
କାହାଣୀ ତାଙ୍କର କହିବି ନାହିଁ l
ନାଉ ଧୁଡୁକି ଲୋ ନାଉ ଧୁଡ଼ୁକି
କୁଆଡ଼େ ଯାଉଛୁ ଗଡ଼ି ଗଡ଼ିକି
ଗୁଣ୍ଡିଚା ବାଡିକୁ ଟିକେ ତୁ ପଳା
ନବ ଘନିଆର ଦେଖିବୁ ଲୀଳା l
ଏମନ୍ତ ଗେରସ୍ତ ସଂସାରେ କାହିଁ
ବୁଲିଗଲେ ସଙ୍ଗେ ଭାରିଯା ନାହିଁ
ତୁଣ୍ଡ ବାଇଦରେ ତୁଣ୍ଡ ବାଇଦ
ଗୁଣ୍ଡିଚା ବାଡ଼ିରେ କର ଶବଦ l
ତୁ ପରା ବୋଲାଉ ସହସ୍ର କୋସ
ଚତୁର ମଣିକୁ ଦିଅ ସନ୍ଦେଶ
ଆସିଯିବ ଯେବେ ଭଉଣୀ ଭାଇ
ଆଉ ମୋ ମନ୍ଦିରେ ପଶିବେ ନାହିଁ l
ତୁଣ୍ଡ ବାଇଦରେ ତୁଣ୍ଡ ବାଇଦ
ଡିବି ଡିବି ଡିବି କର ଶବଦ l
