STORYMIRROR

Kalandi pal

Inspirational

4  

Kalandi pal

Inspirational

ଆମ ମାତୃଭାଷା

ଆମ ମାତୃଭାଷା

1 min
61


ସାହିତ୍ୟ ସମ୍ଭାର ପେଡ଼ି ଶବ୍ଦ ଶବ୍ଦାବଳୀ ରୂଢି

  ସମାସ ସନ୍ଧିବିଛେଦ ଅବ୍ୟୟ ପଦ

ସାଗର ତରଙ୍ଗ ସମ ବିଶେଷ୍ୟ ଓ ବିଶେଷଣ

  ସାଉଁଟି ସରାଗେ କବି ଛନ୍ଦଇ ଛନ୍ଦ

    ସର୍ବ ଶ୍ରେଷ୍ଠ ଶବ୍ଦ ସନ୍ଦର୍ଭେ

ସପ୍ତର୍ଷି ମଣ୍ଡଳ ସମ ଶୋଭଇ ନଭେ ।।


ମାତୃଭାଷା ମାତୃ ସମ ମଣଇ ମନସ୍ଵୀ ଜନ

  ମୁଖରିତ ମୁଖେ ମାତୃଭାଷା ମଞ୍ଜୁଳ

ମମତାମୟୀ ମମତା ମହକରେ ମାଦକତା

  ମାନସ ମନ୍ଥଇ ମଧୁରତା ଭାଷାର

    ମଧୁବନେ ମଧୂପ ଯେହ୍ନେ

ମମତାରେ ମଜ୍ଜି ଯାଏ ନ ଭୁଲେ କ୍ଷଣେ ।।


ପ୍ରୀତିର ପୀୟୂଷ ବୋଳି ଆବେଗେ ନିଏ ଆବୋରି

  ପରକୀୟା ପ୍ରୀତିର ଯା ଦୃଷ୍ଟାନ୍ତ ଆଜି

ପ୍ରେମ ଗଦଗଦେ କୁହେ ଭାଷାପ୍ରେମୀ ହୃଦ ଦହେ

  ପାଗଳ ପ୍ରାୟେ ଓଡ଼ିଆ ଅଧା ଇଂରେଜୀ

    ପଶ୍ଚାତେ କୁମ୍ଭୀର କାନ୍ଦଣା

ପିଲା ପଢେ ଇଂରେଜୀରେ ଭାଷା ଅଜଣା ।।


ଓଡ଼ିଆ ଅସ୍ମିତା କଥା ଉଦ୍ଗାରି ଦିଅନ୍ତି ବ୍ୟାଥା

   ଓତପ୍ରୋତେ ଭାଷା ସହ ନୁହେଁ ଜଡ଼ିତ

ଓଜସ୍ଵୀ ତେଜସ୍ଵୀ ଓଠେ ପ୍ରଚାର ପ୍ରସାର ଘଟେ

  ଔପମ୍ୟେ ଔଦାର୍ଯ୍ୟେ ସଭା ମଧ୍ୟେ ସୀମିତ

    ଔଦ୍ଧତ୍ୟ ତା ତଥା ପୂର୍ବମ

ଓରମ୍ବା ପରାୟେ ତୁଣ୍ଡେ ଓଲଟା ବାଣ ।।


ବାଉଁଶ ନଳେ ପୁରାଇ କୁକୁର ଲାଙ୍ଗୁଳ ଭାଇ

   ବାରବର୍ଷ ରଖିଲେ କି ହୁଏ ସଳଖ

ବଳୀବଦ୍ଧ ସ୍କନ୍ଧେ ନେଇ ଲଙ୍ଗଳ ଯୁଆଳି ଥୋଇ

  ବୃଥା ହୁଏ ପରିଶ୍ରମ ବହନେ ଦେଖ

    ବାଧ୍ୟ ବାଧ୍ୟକତାରେ ବା କେହି

ବିଦ୍ୱାନ ହୋଇବ କିବା ପଢ଼ିଲେ ବହି ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational