STORYMIRROR

Kalandi pal

Inspirational

4  

Kalandi pal

Inspirational

ଦାରୁବ୍ରହ୍ମ ଚାଳିଶା ଭାଗ - ତୃତୀୟ

ଦାରୁବ୍ରହ୍ମ ଚାଳିଶା ଭାଗ - ତୃତୀୟ

1 min
17

🌺🌺🌺🌺🌺🌺🌺🌺🌺

    ଶ୍ରୀ କାଳନ୍ଦୀ ଚରଣ ପାଳଙ୍କ

     ଦ୍ଵାରା ପ୍ରକାଶିତ

     ଦାରୁ ବ୍ରହ୍ମ ଚାଳିଶା

     ରାଗ - ରସକୁଲ୍ୟା

🌺🌺🌺🌺🌺🌺🌺🌺🌺


ଗଜଲ ଗାୟନେ ମଳୟ ରତ

ଗଗନ ପବନ ସେ ପୁଲକିତ

ଗଜପତି ରାଜା ଗୁଣ୍ଡିଚା ରାଣୀ

ଗୌରବେ ବନ୍ଦାଣ ଥାଳିକୁ ଆଣି ସେ

    ଗୃହାଗତ ପରଂବ୍ରହ୍ମ ଯେ

ଗନ୍ଧ ଗନ୍ଧସୋମ   କରନ୍ତି ଅର୍ପଣ 

    ଗର୍ଗର ଥାପି ସୁବର୍ଣ୍ଣ ଯେ ।।


ଘାଟର ଘାଟିଆ ସେ ଗଜ ପତି

ଘେରାଇ ବେଷ୍ଟନୀ ଦାରୁ ସ୍ଥାପନ୍ତି

ଘରେ ଘରେ ପୂଜା ଅର୍ଚ୍ଚନା ହୁଏ

ଘୃତର ଦିପାଳୀ ମନକୁ ମୋହେ ସେ

    ଘଟର ଘଟକ ସିଏ ଯେ

ଘଟଣ ସୁନ୍ଦର    ସଦା ମନୋହର

    ତା ରୂପ ରଟିବ କିଏ ଯେ ।।


ଉପାଦେୟ ରୂପ ହୋଇବେ ଈଶ

ଉପାୟ ଖୋଜିଲେ ପୁରୀ ନରେଶ

ଉଚ୍ଚାଟ ଉଗ୍ରତା ମନର ଆଭା

ଉନ୍ମାଦେ ଡାକନ୍ତି ସେ ରାଜସଭା ସେ

    ଉପସ୍ଥିତ ରାଜଗଣ ଯେ

ଉପଲବ୍ଧି ହୁଏ    ନାହିଁ ଏଠି କିଏ

    ଉତପନ୍ନେ ପ୍ରଭୁ ଠଣ ଯେ ।।


ଚକିତେ ଚମକେ ଦେବ ନୃପତି

ଚଉଦିଗେ ତମ ପଥ ରୁନ୍ଧନ୍ତି

ଚତୁରଙ୍ଗେ ଚେଟ ଭ୍ରମନ୍ତି ପରା

ଚହଳ ଚହଟେ ରାଇଜ ସାରା ସେ

    ଚେତନା ହୀନ ଯା ଆଭା ଯେ

ଚଉବର୍ଗ ଦାତା    ଚଉବର୍ଣ୍ଣ ରଚା

   ଚାତୁର୍ଯ୍ୟେ ହୋଇଲେ ଉଭା ଯେ ।।


ଛଇଛଟା ଯାର ବାର୍ଦ୍ଧକ୍ୟ ରୁଗ୍ଣ

ଛପନ ଭୋଗିଙ୍କୁ ଗଢ଼ିବ ପୁଣ

ଛଛନ୍ଦ ଛନ୍ଦରେ ଇନ୍ଦ୍ରଦ୍ୟୁମନ

ଛଳ ଛଳ ଅଶ୍ରୁ ଭାବ ପ୍ରବଣ ସେ

    ଛଇଳ ରୂପ ଭାବନେ ଯେ

ଛତର ବିତରି   ବସ୍ତ୍ର ଦାନ କରି

    ଛଞ୍ଚା ଦିଅନ୍ତି ଅନମେ ଯେ ।।


   କ୍ରମଶଃ ..........


  କାଳନ୍ଦୀ ଚରଣ ପାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational