STORYMIRROR

Hemant Kumar Gantayat

Inspirational

4  

Hemant Kumar Gantayat

Inspirational

ମାୟା ଇନ୍ଦ୍ରଧନୁ

ମାୟା ଇନ୍ଦ୍ରଧନୁ

1 min
125


ସପ୍ତ ରଙ୍ଗ ଧରି ଦେଖାଉ ଚାତୁରୀ 

ଗଗନ ଦେଶରେ ଭାସି 

ସବୁଠୁ ସୁନ୍ଦର ଦେଖାଉ ହୁନ୍ଦର 

ମୁଖେ ମନ୍ଦ ମନ୍ଦ ଭାଷୀ ll

ଭାବୁକର ମନେ କବିର ନୟନେ 

ତୋ ' ରୂପ ମାଧୁରୀ ଦିଶେ 

ଭାବୁକ ଭାବରେ କବି କବିତାରେ 

ତୋ ' ରୂପ ଲାବଣ୍ୟ କଷେ ll

ନୁହେଁ ମୁଁ ଭାବୁକ ନୁହେଁ ମୁଁ ପ୍ରେମିକ 

ନୁହେଁ ମୁହିଁ କବିବର 

ତୋ ' ରୂପ ମାଧୁରି ନୁହେଁ ଯେ ତୋହରି 

ଜାଣଇ ଜ୍ଞାନ ମୋହର ll

ମାୟା ଇନ୍ଦ୍ରଧନୁ ଚାରୁ ଚିତ୍ର ତନୁ 

ନୁହେଁ ତୋର ଚମତ୍କାର 

ନାହିଁ ତୋର ଅଙ୍ଗ ନାହିଁ ତୋର ରଙ୍ଗ

ଅର୍କ ବଳେ ବଳିଆର ll

ଭ୍ରମ ତୋର ଅଙ୍ଗ ଭ୍ରମ ତୋର ରଙ୍ଗ 

ଭ୍ରମ ତୋର ଯୌବନ 

ଭ୍ରମିତ କରାଉ ଜୀବକୁ ନଚାଉ 

ତୋଷାଉ ଅଜ୍ଞର ମନ ll

ଆଦିତ୍ୟ ପ୍ରକାଶେ ଜଳଦ ଆକାଶେ 

ବୋଲାଉ ନିଜକୁ ଚେତା 

କ୍ଷଣେ ତୁ ଉତ୍ପତ୍ତି କ୍ଷଣ ତୋର ସ୍ଥିତି 

ଭାଵନା ନିଜକୁ କର୍ତ୍ତା ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational