STORYMIRROR

Hemant Kumar Gantayat

Tragedy

4  

Hemant Kumar Gantayat

Tragedy

ମୋ ହୃଦୟରେ ତୁମେ ଶ୍ରୀହେମନ୍ତ କୁମାର ଗନ୍ତାୟତ

ମୋ ହୃଦୟରେ ତୁମେ ଶ୍ରୀହେମନ୍ତ କୁମାର ଗନ୍ତାୟତ

1 min
23

ମୋ' ମନ ମାନସୀ ତୁମେ ଗୋ ପ୍ରେୟସୀ 

ଅପରୂପା ପ୍ରିୟତମା 

ରୂପରେ ଉର୍ବଶୀ ବଚନେ ସୁଭାଷୀ 

ସର୍ବଗୁଣେ ଅନୁପମା।


ମୋ' ହୃଦୟେ ତୁମେ ମୋ' ମାନସେ ତୁମେ

ମୋ' ପ୍ରତି ସ୍ପନ୍ଦନେ ତୁମେ 

ମୋ' ନୟନେ ତୁମେ ମୋ' ଶୟନେ ତୁମେ 

ମୋ' ସ୍ଵପ୍ନ ରାଜ୍ୟରେ ତୁମେ।


ବୈଶାଖ ମାସର ବର୍ଷା ଅମ୍ବୁ  ତୁମେ

ମୁଁ ତୃଷ୍ଣା ତରୁଣ ତରୁ 

ବାତ ସଙ୍ଗେ ମେଳ ଲୁଚକାଳି ଖେଳ

ସଜାଇ ତନୁକୁ ଚାରୁ l


ଚାତକ ପରାଏ ଚାହିଁ ରହିଅଛି

ଲଭିବାକୁ ତୁ'ମ ତନୁ 

ତୁମେ କି ବୁଝିବ ବିଦଗ୍ଧ ହୃଦୟ ?

ଭୁଲିଗଲ ପ୍ରୀୟା ମନୁ ।


ହାତ ଦେଇ ତୁମେ କଥା ଦେଇଥିଲ

କରିବ ମୋତେ ନିଜର 

ଅଜଣା ରାଇଜେ ଚାଲିଗଲ ଏକା 

କରିଦେଲ ସାତ ପର ।


ସ୍ଵପ୍ନେ ଯେବେ ଆସ ମୋ' ହୃଦ କନ୍ଦରେ 

ଭରିଦିଅ ପୂର୍ଣ୍ଣ ଜ୍ୟୋତ୍ସ୍ନା 

ଚାନ୍ଦ ପ୍ରାୟେ ହସ ତାରାମେଳେ ବସି

ତୋଳିଦିଅ ନବ ବାସ୍ନା।


ଚୁମି ଚୁମି କୁହ ଲାଲିମା ଅଧରେ 

କର୍ଣ୍ଣ କୁହରେ ମୋ' ଆସି 

ବିରହ ଜ୍ୱାଳାକୁ ପ୍ରଶମିତ କର 

ପ୍ରେମ ମଧୁ ବାରି ପେଶି ।


ପାନ୍ଥଶାଳା ପ୍ରାୟେ  ସାଇତି ରଖିଛି 

ତୁ'ମ ସ୍ମୃତି ପଦଚି଼ହ୍ନ 

ଭୁଲି ପାରିନାହିଁ ତୁ'ମ ସ୍ପର୍ଶ ମୁହିଁ 

ଥିଲ ମୋ' ପୂର୍ଣ୍ଣିମା ଜହ୍ନ ।


ଶୁଷ୍କଦ୍ରୁମ ପ୍ରାୟେ ଆଜି ବି ରହିଛି 

ନୀରବ ଭାବୁକ ସାଜି 

ମନ ମୋ' କହୁଛି ଫଗୁଣେ ଆସିବ 

ସଜାଇବ ଅଙ୍ଗରାଜି l


ମୋ' ହୃଦ ମନ୍ଦିର କରିଛି ଶ୍ରିଙ୍ଗାର 

ତୁମକୁ ତୋଷିବା ପାଇଁ 

କୋମଳ କମଳ ବିଛାଇ ଦେଇଛି 

ପଥକୁ ରହିଛି ଚାହିଁ।

ଆସିକା , ଗଞ୍ଜାମ ।


°°°°°°°°°°°°°°°°°°°°°°°°°°°°°


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy