STORYMIRROR

Samita Swain

Inspirational

3  

Samita Swain

Inspirational

ଜୀବନର ମନ୍ତ୍ର

ଜୀବନର ମନ୍ତ୍ର

1 min
237


ସଂକୀର୍ଣ୍ଣ ସ୍ୱାର୍ଥକୁ ପରିହାର କରି

   ଆଗେଇବା ଜୀବନରେ

ମାନବବାଦର ପରିଚୟ ଦେବା 

   ବିଶ୍ୱଭାତୃତ୍ୱ ନୀତିରେ।।


ସ୍ନେହ, ମୈତ୍ରୀ, ପ୍ରୀତି ମମତା ବନ୍ଧନେ

   ବନ୍ଧା ଆମରି ହୃଦୟ 

ଏକତା ମନ୍ତ୍ରର ବାନ୍ଧି ଯେ ସଭିଙ୍କୁ

   ମନକୁ କରିବା ଜୟ।।


ତ୍ୟାଗ ନିଷ୍ଠା ହେଉ ଜୀବନର ମନ୍ତ୍ର

    ଦୁର୍ଲ୍ଲଭ ମଣିଷ ପ୍ରାଣେ

ଅନାବିଳ ସ୍ନେହ ମମତାର ସ୍ରୋତେ

    ଆଦର୍ଶର ଆଚରଣେ।।


ଅହମିକା ଭାବ ନ ରହୁ ମନରେ

    ସଂପର୍କ ହେଉ ମଧୁର

ସବୁ ପରିଜନ ଆତ୍ମୀୟସ୍ୱଜନ

   ହେଉ ଏକା ପରିବାର।।


ସକଳ ମନୁଷ୍ୟ ସମାନ ଅଟନ୍ତି 

   ପରମାତ୍ମାଙ୍କର ଅଂଶ 

ଆଦର ସମ୍ମାନ କରିବା ସଭିଙ୍କୁ

   ବନ୍ଧୁତ୍ୱ କରି ପ୍ରକାଶ।।


ଇନ୍ଦ୍ରିୟ ଲାଳସା ଦମନ କରିକି

   ଆତ୍ମସଂଯମ କରିବା

ପ୍ରଲୋଭନେ କାହା ଆକୃଷ୍ଟ ନହୋଇ

   ଦୃଷ୍ଟାନ୍ତ ଆମେ ସାଜିବା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational