STORYMIRROR

Gitanjali Pujapanda

Inspirational

3  

Gitanjali Pujapanda

Inspirational

ବୋଉ

ବୋଉ

1 min
259


ଫୁଲର ସେଜ ପରି କୋଳ ଯାହାର ସେ ବୋଉ

ସ୍ନେହ, ଶରଧା ଦେଇ ମମତା ଝୁଲଣା ଯେ ନୀତି ଝୁଲାଏ ସେ ବୋଉ। ,

ବିଞ୍ଚଣା ଯାହାର ପଣତକାନି ସେ ବୋଉ।

ସୁଆଦ ଠାରୁ ବି ସୁଆଦ ରାନ୍ଧଣା ଯାହାର ସେ ବୋଉ।

ମନ କଥା ଶୀଘ୍ର ବୁଝି ଯାଏ ସେ ବୋଉ।

ରୋଗ ହେଲେ ଦିନ ରାତି ସେବା କରେ ଯେ ସେ ବୋଉ।

ସାରା ଦିନ କାମ କରି ,ଥକି ଗଲେବି ଯେ ପିଲା ମାନଙ୍କର କାମରେ ଅବହେଳା ନ କରେ ସେ ବୋଉ ।

ପିଲାମାନଙ୍କର ଦୁଃଖ ଦେଖି ଯିଏ ଲୁହ ଗଡ଼ାଏ ସେ ବୋଉ।

ଅମାନିଆ ପିଲାକୁ ଯେ ଯତ୍ନେ ବୁଝାଏ ସେ ବୋଉ ।

ପିଲାଙ୍କୁ ବାଡେଇ ନିଜ ଆଖିରୁ ଯେ ଲୁହ ଝରାଏ ସେ ବୋଉ।

ଆଖି ର ଲୁହକୁ ଯେ ପିଇ ପିଲାକୁ ମଣିଷ କରାଏ ସେ ବୋଉ ।

ସେନେହ ଆଶିଷରେ ଯେ ପିଲା ଜୀବନ ଖୁସି ଭାରି ଦିଏ ସେ ବୋଉ।

ସଦାସର୍ବଦା ପିଲାଙ୍କର ମଙ୍ଗଳ କାମନା କରେ ସେ ବୋଉ।

ପିଲାମାନଙ୍କର ପାଇଁ ନିଜ ଜୀବନକୁ ଯେ ହେୟ ମନେ କରେ ସେ ବୋଉ,

ପିଲାମାନଙ୍କର ଖୁସି ଯେ ନିଜେ ଖୁସି ପାଏ, ସେ ବୋଉ।

ବାପାଙ୍କର ଗାଳିରୁ ଯେ ପିଲାମାନଙ୍କୁ ବଞ୍ଚାଏ ସିଏ ବୋଉ ।

ପିଲାମାନଙ୍କର ଦୁଃଖୀ ମନକୁ ଯେ ସୁଖରେ ଭାରି ଦିଏ ସେ ବୋଉ। 

ଖାଲି ମନରେ ଯେ ଖୁସି ଆଣିଦିଏ, ସେ ବୋଉ।

କଷ୍ଟ ଆସିଲେ ଯେ ପିଲାମାନଙ୍କର କବଚ ସାଜେ ସେ ବୋଉ। 

କଷ୍ଟ, ଯନ୍ତ୍ରଣା ସହି ନୂଆ ସୃଷ୍ଟିକୁ ଆଣେ ସେ ବୋଉ।

ଯେତେ ଦୁଃଖ ଦେଲେ ବି,ତା ପିଲାମାନଙ୍କର ମଂଗଳ ମନାସେ ସେ ବୋଉ।

ଈଶ୍ୱରର ଅନ୍ୟ ନାମ ଏ ବିଶ୍ୱରେ ସେ ବୋଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational