STORYMIRROR

Tapaswini DashSarangi

Inspirational

3  

Tapaswini DashSarangi

Inspirational

"ମୁଁ"ର ବାଚାଳାମି

"ମୁଁ"ର ବାଚାଳାମି

1 min
217

ଓଃ! ଚାରିଆଡେ ସଂଘର୍ଷ

ଚାରିଆଡେ ହାହାକାର

ଶୁଭୁଛି ବିକଳ ଚିତ୍କାର।

ଚାଲିଛି ଜୀବନ ଓ ମୃତ୍ୟୁର ଅହରହ ଯୁଦ୍ଧ

ଜୁଇ ଚିତାର ଉଷ୍ମତାରେ ଅଣନିଃଶ୍ଵାସୀ

ହୋଇଗଲାଣି ଏ ଧରା।

ଏ ସଂସାରକୁ ତୁଚ୍ଛ ମଣିବାକୁ 

କିଏ ଅଜାଣତରେ ଇସାରା ଦେଲାଣି।

ହେଲେ ମୁଁ ଏସବୁ ମାନିବାକୁ ଅପ୍ରସ୍ତୁତ।

ମୁଁ ଯଦି ସର୍ବସ୍ଵ

ମୁଁ ଯଦି ଅପରାଜେୟ

ମୁଁ ଯଦି ବୁଦ୍ଧିମାନ

ମୁଁ ଯଦି ଅମର।

ତେବେ କିଛି ପ୍ରଶ୍ନ ଅବୋଧ ହୋଇ ରହିଯାଉଛି କେମିତି

 "ମୁଁ"କାହିଁକି ନିଃସ୍ଵ

"ମୁଁ"କାହିଁକି ଅସମର୍ଥ

"ମୁଁ" କାହିଁକି ଉପାୟଶୂନ୍ୟ।

କେତେ ମୁଁ ର ଜୁଇ ଧାଁସ ଏ 

ଧୂମୀୟ ବାୟୂମଣ୍ଡଳରେ ମିଶିଗଲାଣି

ହେଲେ ଏ ମୁଁ ର ମୁଁକାରର ପ୍ରଗଳ୍ଭତା

ସେସବୁକୁ ବୁଝିବାକୁ ନାରାଜ୍।

ଦୁଇ ହାତ ଭୂମିକୁ ନିଅଣ୍ଟ ଏ ମୁଁକାର

ଚାଖଣ୍ଡକ ମୁଖାକୁ ଥୋବଡାରେ

ବାନ୍ଧି କଣ ବାର୍ତ୍ତା ଦେଉଛି...

ମୁଁ ସର୍ବସ୍ଵ

ଅଥବା ମୁଁ ନିଃସ୍ଵ।।


   

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational