STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଶ୍ରମିକ ଦିବସ

ଶ୍ରମିକ ଦିବସ

1 min
283


ହାର୍ଦ୍ଦିକ ଶୁଭେଛା ଅଭିନନ୍ଦନ ଟି

ଦେଶ ଶ୍ରମିକଙ୍କୁ ମୋର,

ଶୁଭକାମନାଟି ବିଚ୍ଛିନ୍ନାଚଳରୁ

ଶ୍ରମିକ ଭାଇଙ୍କୁ ମୋର।



ଚିନ୍ତା ନାହିଁ ମନେ ଦେଶ ପାଇଁ ସର୍ବେ

କର୍ମପଥେ ପଥଗାମୀ,

ସୁଝି ହେବ ନାହିଁ ତାଙ୍କରି ତ୍ୟାଗକୁ

କର୍ତ୍ତବ୍ୟ ପଥର କର୍ମୀ।



ଅନାଦର କେଭେଁ ନ ହୋଉ ତାଙ୍କର

ଆଦରର ପାତ୍ର ସିଏ,

ସବୁ ହିଁ ସୁବିଧା ତାଙ୍କ ପାଇଁ ହେଉ

ଦେଶ କର୍ଣ୍ଣଧାର ସିଏ।



ଦେଶର ଉନ୍ନତି ଦେଶର ବୈଭବ

ଶ୍ରମିକ ଆଣନ୍ତି ଦେଶେ,

କି ପରି ଭୂଲିବା ପବିତ୍ର ତ୍ୟାଗକୁ

ଆଦର କରିବା ଦେଶେ।



ଖରା ବର୍ଷା ସହି ପରିଶ୍ରମ କରେ

ଦେଶର ମଙ୍ଗଳ ପାଇଁ

ପରିବାର ସଙ୍ଗେ କଷ୍ଟରେ ରୁହେଟି

ଦେଶର ଉନ୍ନତି ପାଇଁ।



ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନ ଟି

ଦେଶ ଶ୍ରମିକଙ୍କୁ ମୋର

ଶୁଭକାମନାଟି ବିଚ୍ଛିନ୍ନାଚଳରୁ

ଶ୍ରମିକ ଭାଇଙ୍କୁ ମୋର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational