STORYMIRROR

Tapan kumar Sethi

Romance

3  

Tapan kumar Sethi

Romance

ଲାଜେଇ ପ୍ରିୟା

ଲାଜେଇ ପ୍ରିୟା

1 min
181

ଲାଜେଇ ବସିଛି ପ୍ରିୟାଟି ମୋହର

           ମଥାରେ ଓଢଣୀ ଟାଣି

ସେ ମୃଗ ନୟନୀ ହାଏ ତା ଚାହାଣୀ

           କଲିଜା ଦେଉଛି ହାଣି ।।୧।।


ପଦ୍ମ ପାଖୁଡ଼ା ମୋ ପ୍ରିୟାର ଅଧର

            ଦେଖି ମୁଁ ଯାଉଛି ମରି

ଲାଜେଇ ପ୍ରିୟା ମୋ ଲାଜ କରୁଅଛି

            ଲାଜକୁଳି ଲତା ପରି ।।୨।।


ହେ ଲାବଣ୍ୟବତୀ ଦିଅ ଥରେ ହସି

             ମନ ମୋ ପ୍ରଫୁଲ ହେବ

ଚନ୍ଦ୍ର ବଦନି ମୋ ଲାଜ ଛାଡ଼ି ଦେଇ

             ଚୁମ୍ବନ ଗୋଟିଏ ଦେବ ।।୩।।


ନେବି ମୁଁ କୋଳାଇ ବକ୍ଷରେ ଲଗାଇ

             ଲାଜ ଛାଡ଼ ସୁନା ଗୋରୀ

ପ୍ରଥମ ଦେଖାରେ ପାଗଳ ସଜାଇ

             ମନ ମୋ କରିଲ ଚୋରି ।।୪।।


ସାତ ଜନମକୁ ସାଥି ହେବ ମୋର

            ଭୁଲି ମୋତେ ଯିବ ନାହିଁ

ଲାଜ ଛାଡ଼ ମୋର ହେ ଲାଜେଇ ପ୍ରିୟା

            ଦିଅ ଟିକେ ମୋତେ ଚାହିଁ ।।୫।।


ତୁମରି ହାତକୁ ଧରିଥିବି ସଦା

             ଏ ଜୀବନ ଗଲା ଯାଏଁ 

ଲାଜ ଛାଡ଼ି ତୁମେ କୁହ ହେ ରୂପସୀ

             ତୁମକୁ ମୁଁ ଭଲ ପାଏ ।।୬।।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance