ବର୍ଷା ସହ କିଛି ସ୍ମୃତି
ବର୍ଷା ସହ କିଛି ସ୍ମୃତି
1 min
396
ନୀଳ ଆକାଶରୁ କଳାମେଘ ଥରି
ଆସଇ ଯେ ବରଷl ରାଣୀ
ବରସିବା ପାଇଁ ଏଧରା ପୃଷ୍ଠରେ
ସେ ମନସ୍ଥ କରିଛି ପୁଣି
ସାଙ୍ଗରେ ଆଣିଛି ବିଜୁଳିକୁ ନେଇ
ଲୋକଙ୍କୁ ଦିଏ ଡରେଇ
କଳାମେଘ ଦେଖି ନାଚଇ ମୟୂର
ତା ପୁଚ୍ଛକୁ ଖୋଲିଦେଇ
କେଁ କଟରରେ ବେଙ୍ଗୁଲି କହୁଛି
ଶୀଘ୍ର ଆସ ବର୍ଷା ରାଣୀ
ଏ ମହୀମଣ୍ଡଳ ହୁଏ ଯେ ଉତ୍ତପ୍ତ
ଢ଼ାଳି ଦେଇ ଯାଆ ପାଣି
ହେ ବରଷା ରାଣୀ
ଢାଳି ଦେଇ ଯାଆ ପାଣି ।।
