Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Inspirational

3  

Madhusmita Prusty

Inspirational

ଶ୍ରମ

ଶ୍ରମ

1 min
239



     

ଜୀବନର ପଥ ନୁହେଁତ ସୁଗମ

କେବେ ଛାଇ କେବେ ଖରା,

ପେଟପାଇଁ ଚାଲେ ସଂଘର୍ଷ ଯେଉଁଠି

ଶ୍ରମ ଦାନ କରି ପରା ।


ପ୍ରତିଟି ମନୁଷ୍ୟ ସାଜନ୍ତି ଶ୍ରମିକ

ନିଜ ନିଜ କର୍ମସ୍ଥଳେ,

ଅନ୍ନ ଚିନ୍ତା ଏଠି ସବୁରି ମନରେ

ଯୋଗାଡ଼ନ୍ତି କଳେବଳେ ।


କିଏ ଛାଡ଼ିଯାଏ ନିଜ ମାତୃଭୂମି

ତୁଟାଇ ସଂସାର ମୋହ,

ପରିବାର ପ୍ରତିପୋଷଣ ନିମନ୍ତେ

ଚାପିରଖି ଛାତି କୋହ ।


କର୍ମ ନୁହେଁ ଏଠି ଛୋଟ ଅବା ବଡ଼

ସବୁପାଇଁ ଶ୍ରମଦାନ,

ଜୀବନ ଯୁଦ୍ଧରେ ହାରେ ଜିତେ କିଏ

ଦିଏ କିଏ ବଳିଦାନ ।


କର୍ମ ଯେଉଁଠାରେ ଶ୍ରମ ସେହିଠାରେ

ଲହୁ ଲୁହ ଏକାକାର,

ମଣିଷ ଜୀବନ ସାର୍ଥକ ଲଭିବ

କର୍ମେ ଲଭିଲେ ଈଶ୍ୱର ।


ଶ୍ରମ ଦିବସରେ ପ୍ରତି ଘରେ ଘରେ

ଆନନ୍ଦ ଲହରୀ ଖେଳୁ,

ପ୍ରତି ଶ୍ରମିକର ଦୁଃଖ ଦୂର ହେଉ

ଶୁଭ ଦୀପାବଳି ଜଳୁ ।



Rate this content
Log in

Similar oriya poem from Inspirational