ପରୀକ୍ଷା
ପରୀକ୍ଷା
ଦଶମ ପରୀକ୍ଷା ଓଡିଶା ରାଇଜେ
ପ୍ରକାଶେ ପିଲାଙ୍କ କୃତିତ୍ୱ
ଆଗାମୀ ପିଢ଼ିର ବିକାଶ ନିମନ୍ତେ
ପ୍ରସ୍ତୁତେ ଭବିଷ୍ୟ ବୃତ୍ତିତ୍ୱ l
ପରୀକ୍ଷା କୋହଳେ ପ୍ରତିଭା ବିନାଶେ
ମୂର୍ଖତ ଲଭଇ ସମ୍ମାନ
ସଂସାରେ ଅଶିକ୍ଷା ବୃଦ୍ଧିରେ ପ୍ରଶଂସା
ସମାଜ ଧ୍ବଂସର କାରଣ l
ପରୀକ୍ଷା ନାମରେ ନକଲ ଲିଖନ
ଶାସନ ଅଭାବେ କୁଶିଷ୍ୟ
ଶିକ୍ଷକ ଦୋଷକୁ ସମାଜ ବଖାଣେ
ନଦେଖି ଆକ୍ଟ'ର ସନ୍ଦେଶ l
ପରୀକ୍ଷା ଉତ୍ତର ଚଏସ କରଇ
ମାରିକି ଗୋଲରେ କଲର
ପୁସ୍ତକ ଅଭ୍ୟାସ ବ୍ୟାଗଯେ କରଇ
ନକରି ପାଠର ଆଦର l
ପରୀକ୍ଷା ପୂର୍ବରୁ ପ୍ରଶ୍ନର ଲିଇକ
ଉତ୍ତର ନେଟରେ ବାଖ୍ୟାନ
ପିଲାଏ ଖୁସିରେ କପିକୁ ଲାଇକ
ନଶିଖେ ନପଢେ କାରଣ l
ମୋରାଲ ଶିକ୍ଷାର ପତନ ଘଟଇ
ସମାଜେ ବଢ଼ଇ ଅଶିକ୍ଷା
ସାଧୁତା ଗୁଣରେ କଳଙ୍କ ଲାଗଇ
ବ୍ୟବସ୍ଥା କୋହଳେ ପରୀକ୍ଷା l
ଭୟରେ ଭକତି ଉପୁଜେ ସଂସାରେ
ଡରେତ ଅସାଧୁ ଦଣ୍ଡକୁ
ଭୟର ଅଭାବେ ପିଲାଏ ମହୀରେ
ନମାନେ ସଂସ୍କୃତି ଧର୍ମକୁ l
ପ୍ରଥମ ଦ୍ୱିତୀୟ ତୃତୀୟ ଶ୍ରେଣୀରେ
ନପଢି ନଲେଖି ଶିଖିଵ
ପରୀକ୍ଷା ବିହୀନ ଆମର ଶିକ୍ଷାରେ
ପିଲାଟି କାହିଁକି ପଢିବ l
ପ୍ରଶଂସା ପାଉଣା ବିହୀନ ଶିକ୍ଷାକି
ପିଲାଙ୍କୁ ପାଠରେ ଜୋଡିବ
ନିୟମ ବଦଳେ ଋତୁକୁ ଦେଖିକି
ଶିକ୍ଷାର ବ୍ୟବସ୍ଥା ଡୁବିବ l
ପରୀକ୍ଷା ଯୋଜନା ସମସ୍ତେ ସମାନ
କଦାପି ନହେଉ ଭଙ୍ଗୁର
ଏବର୍ଷ କୋହଳ ସେବର୍ଷ କଠିନ
ନହେଉ ପାତର ଅନ୍ତର ।