Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Romance Inspirational Others

4  

Prabhati Mahapatra

Romance Inspirational Others

ବଉଳ ଓଠରୁ ପଦେ

ବଉଳ ଓଠରୁ ପଦେ

1 min
861


ଅଳସୀ ପାହାନ୍ତି     ଢଳି ଢଳି ଗଲା

ଗୋଲାପି ଚିଠିକୁ ଦେଇ

ଖୋଲି ଦେଲି ଯେବେ ମନ ପକ୍ଷୀ ହୋଇ

ଉଡ଼ି ଗଲା କାନେ କହି ।


ବଉଳ ଓଠରୁ     ସୁଧା ବରଷାରେ

ଯେତିକି ମେଦିନୀ ପ୍ରୀତ

ତୋ ମଧୁ ପାନରେ  ଝରି ପଡେ ଆଜି

ମୋ ମନ ଅକୁହା ଗୀତ ।


ସୌରଭ ବିଛାଇ    ଆମ୍ର ଉପବନେ

ବଉଳ ଡାକୁଛି ପାଖେ

ସାରା ରାତି ମୁହିଁ     ଉଜାଗର ରହି

ସାଥେ ଯିବା ପାଇଁ ଲେଖେ ।


ବସନ୍ତ ଆସିଛି      ଅବିର ନାଇବ

ଗୋଲାପି ଗଣ୍ଡରେ ତୋର

ମନ ଭିଜୁ ଥିବ   ତୋ ରୂପ ରଙ୍ଗରେ

ପ୍ରେମରେ ଥରକୁ ଥର ।


ନାଚି ଉଠୁଛି ଲୋ     ଭାବ ବିହ୍ବଳରେ

ହୃଦୟ ତରଣୀ ମୋର

ହଳଦୀ ବସନ୍ତ   ଦେଖି ଦେଲି ଯେବେ

ଭାସିଲା ଯୌବନ ତୋର ।


କୃଷ୍ଣଚୂଡ଼ା ପୁଷ୍ପ      ଗଭା ସଜାଡିଛି

ମୁକୁଳା କବରୀ ଦେଖି

ଇନ୍ଦୁ ଜୋଛନାରୁ    ଚୋରାଇ ରଖିଛି

କଳଙ୍କ ଦାଗରୁ ବାଛି ।


ଝରା ବଉଳରୁ     ଆଞ୍ଜୁଳା ଆଞ୍ଜୁଳା

ଉପହାର ଦେବି ତୋତେ

ସାଇତି ରଖିବୁ     ବାସ ରାତି ପାଇଁ

ସ୍ମୃତି ପାରିବୁ ଲୋ ରାତେ ।


ପୌଷ ମାଘ ଶୀତ ଧୀରେ ଧୀରେ ଚଳେ

ବସନ୍ତର ଆଗମନେ

ତୋ ପାଦ ନୁପୁର    ଉନ୍ମାଦ ଝଙ୍କାର

ପ୍ରତିକ୍ଷଣ ବାଜେ କାନେ । 



Rate this content
Log in

Similar oriya poem from Romance