STORYMIRROR

Anjana Naik,Anju..Deogarh

Romance

4  

Anjana Naik,Anju..Deogarh

Romance

ମୋ ପ୍ରେମ ପୁଲକ

ମୋ ପ୍ରେମ ପୁଲକ

1 min
1.2K


ତୋ ଛାତିରେ ଆଉଜି 

ମୁଁ ତୋର ସ୍ପନ୍ଦନ ହୋଇଯିବି

ତୋ ନିଶ୍ବାସ ରେ ମିଶି 

ମୁଁ ସୁଗନ୍ଧ ହୋଇଯିବି  

ନ ହେଉ ଦୂରତ୍ବ ଆମ ମଧ୍ୟରେ

ମୁଁ ମୁଁ ନ ରହି କାହ୍ନା 

କେବଳ ତୁ ତୁ ହିଁ ବନିଯିବି ।


ତୋ ସପ୍ତ ରଙ୍ଗକୁ କାହ୍ନା 

ମୋ ଅଙ୍ଗେ ବୋଳି 

ପ୍ରୀତିର ପରସ ପାଇବି 

ତୃପ୍ତି ରେ ଆଖି ର ଲୁହକୁ,

ବୁକୁରେ ଫୁଲି ଯାଉଥିବା କୋହକୁ

ଥରୁଥିବା ଓଠର ବକ୍ତ୍ୟବ୍ଯକୁ,  

ହୃଦୟର ନିରବ ସ୍ଫନ୍ଦନକୁ,  

ଦେହର ମୃଦୁ ଶିହରଣ ,

ମନର କୁହରଣକୁ 

ମଧୁର ମୂର୍ଚ୍ଛନାର ଗୁଞ୍ଜରଣକୁ

ମୋ ଅନ୍ତରରେ ଅବିର ବୋଳି 

ତମ ଛୁଆଁରେ

ଅଫୁରନ୍ତ ବାସନା ପ୍ରବଣେ  

ମୋ ତନୁ-ମନରେ ପ୍ରେମ ପୁଲକ ଭରି

ସେ ରଙ୍ଗରେ ନିଜେ ରଙ୍ଗି ଯିବି ।


ଝାଡ଼ି ଦିଅ ପ୍ରଭୁ ତମ ଦେହର 

ଅଲୋଡ଼ା ସେ ସାତ ରଙ୍ଗ ଅବିର

ଦେହେ/ମନେ ବୋଳିହେବି ମୁଁ ନିରବରେ 

ନିରୋଳାରେ ମୋ ମଥାର ସିନ୍ଥି ସଜେଇବି

ଭେଦିଯିବ ସର୍ବାଙ୍ଗ ଶରୀର

ସାତ ଜନ୍ନରୁ ଗୋଟିଏ ଜନ୍ମ ନିଶ୍ଚିତ 

ତୋ ନାଆଁରେ ଲେଖିଦେବି ।


ସେ ବଙ୍କିମ ଆଖିର ଠାଣିରେ

ତୋ ମନମୋହନ ରୁପ ଲାବଣ୍ୟରେ

ସେ ଚ଼ାରୁ ଚ଼ାହାଣିରେ ମନ ହଜେଇବି 

ମୁଁ ରାଧା ନୁହେଁ, ମୁଁ ମୀରା ବି ନୁହେଁ 

ତଥାପି ପ୍ରେମରେ ଅଧୀର ହୋଇ

ତୋ ଭାବନାରେ ମୁଁ ତୋ ବିଶ୍ବରୁପରେ 

ଭାବପ୍ରବଣତା ବଶତଃ ଏକାକାର ହୋଇଯିବି  ।


ବଜାଅନି ବଂଶୀ ସେ ଅମାନିଆ ଠାଣିରେ 

ମୋ ଦେହରୁ ହୃଦୟ ଅଲଗା ହୋଇଯାଏ 

ତୋ ପ୍ରେମର ବର୍ଷା ଟୋପା ଯେବେ 

ବାଧା ପାଇ ଅସହାୟ ହୋଇଯିବ

ମୋ ଆଖିରୁ ରୁଧିର ହୋଇ ଝରିଯିବ 

ତୁ ମୋ ପାଇଁ ଯେମିତି ହସିଦେଉ

ମୁଁ ତୋ ବିନା କାହ୍ନା ସେମିତି କାନ୍ଦି ମରିଯିବି ।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance