ଗୋଲାପ ଦିବସ
ଗୋଲାପ ଦିବସ
ଗୋଲାପ ଦିବସେ ଗୋଲାପ ଫୁଲଟେ
ମୋ ପ୍ରିୟାକୁ ଦେବା ପାଇଁ
ସକାଳୁ ସକାଳୁ ତାଙ୍କ ବାରିପଟେ
ଗଲି ବନ୍ଧୁ ଧାଇଁ ଧାଇଁ ।
ଘନଘନ କରି ଫୋଅନ୍ କରିଲି
କହିଲି ପ୍ରିୟାକୁ ମୋର
ଆସ ନେଇଯିବ ତୁମ ବାରିପଟୁ
ପ୍ରିତୀର ଗୋଲାପ ମୋର ।
ଆସିଲା ଯେ ପ୍ରିୟା ତାଙ୍କ ବାରିପଟେ
ଦେଖି ମୋତେ ଖୁସି ହେଲା
ନରମ ନରମ ଗୋଲାପି ଓଠରୁ
ପ୍ରିତୀର ପରସ ଦେଲା ।
ଗୋଲାପ ଦିବସ ଖୁସିରେ କଟିଲା
ହେଲୁ ଦୁହେଁ କୁଣ୍ଢାକୁଣ୍ଢି
କହିଲି ପ୍ରିୟାକୁ ପ୍ରେମ ଦିବସରେ
କିଣି ଦେବି ନାକଦଣ୍ଡି ।

