STORYMIRROR

DHARITRI SAHU

Romance

4  

DHARITRI SAHU

Romance

ପ୍ରେମ କଣ ପାପ?

ପ୍ରେମ କଣ ପାପ?

1 min
640

ଏ ଜହ୍ନ! ସାଥି ମୋର

ମୋତେ ଥରେ କହିଯାଆ

ଏଠି ପ୍ରେମ କଣ ପାପ?

ଯେଉଁ ଦିନ 

ମୋ ବନ୍ଧୁ ଆସି ଥିଲେ

ବନ୍ଧୁତ୍ବ ଦିବସେ,

ତୋତେ ସାକ୍ଷୀ ରଖି

ବନ୍ଧୁତ୍ବର ପରିଭାଷା 

ବାନ୍ଧିଥିଲେ 

ମୋ ହାତ 

କଚଟି ଉପରେ,

ସେଦିନ ବି ତୋ ମୁଖେ 

ଥିଲା ସ୍ମିତହାସ୍ୟ,

ଧଳା ବାଦଲର ଓଢଣୀରେ

ମୁହଁ ତୁ ଲୁଚାଇ 

ନିରବତାର ସମ୍ମତି ଢାଳିଲୁ।

ତା ପରେ ଦିଗ ବଦଳାଇ

ତୁ ଗଲୁ ମୁଁ ଗଲି,

ବନ୍ଧୁ ଚାଲିଗଲେ,

ପୁନର୍ବାର ମିଳନର ଆଶା ନେଇ

ପ୍ରତିକ୍ଷିତ ମନ ମୋର

ଅବସନ୍ନ ପାଦ କୁ ଘୋଷାରେ

ହେଲେ,

ନା ଖୋଜି

ତୋତେ ଆଉ ପାଏ

ନାଁ ପାଏ ବନ୍ଧୁଙ୍କର ଛାଇ।

ବନ୍ଧୁ ବିନା ଜୀବନଟା

ଶୁନ୍ୟତା ର ନିଦାଘ ପବନ,

ବାତଚକ୍ରେ ଅସହାୟ 

ଲତା ବୃକ୍ଷ ସମ

ଭୁଲୁଣ୍ଠିତ ଏକାକିତ୍ବ କୋଳେ।

ଅନେକ ଦିନର 

ପ୍ରତିକ୍ଷା ରେ ଅନ୍ତେ

ଆଜି ସେହି ପବିତ୍ର ତିଥିରେ

ଦେଖା ଦେଲୁ ତୋର ସେହି

ଅବଗୁଣ୍ଠନତାର 

ଓଢ଼ଣୀ କୁ ଟେକି,

କହ ଜହ୍ନ କହି ଦେ ରେ ଥରେ

ମୋ ବନ୍ଧୁ କାହିଁ....?

କେଉଁଠି ମୋ ବନ୍ଧୁ....

ସେ କଣ ସତେ ସଶରୀର

ନାଁ ଅଶରୀର....

ନାଁ ଅବା ସେ ସୁକ୍ଷ୍ମ ଶରୀର

ବନ୍ଧୁଙ୍କୁ ପ୍ରେମ କରିବା କଣ

ବନ୍ଧୁ ପାଇଁ ପାପ?

ଯଦି ପାପ ହୃଦୟରେ

ଏତେ ଉଦବେଳନ କାହିଁକି?

କାହିଁକି ମୁଁ ଏତେ ଅଧିର?

କାହିଁକି ମୁଁ ଏତେ ଆତ୍ମହରା

କାହିଁକି ମୁଁ ହଜିଯାଉଛି

ଏକ ସ୍ଵପ୍ନର ରାଇଜରେ

ଯେଉଁଠି କି ଚାଲିତ ଆସିଲି

ହେଲେ ଅଭିମନ୍ୟୁ ଭଳି

ଫେରିବାର ରାସ୍ତା ପାଉନାହିଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance