ଭଙ୍ଗା ହୃଦୟ
ଭଙ୍ଗା ହୃଦୟ
ଭାବି ଭାବି ମୁହିଁ ଭାବି ହିଁ ନଥିଲି
ଭାବନାରେ ଚାଲିଗଲି
ଚାହିଁ ଚାହିଁ ମୁହିଁ ଚାହିଁ ନଥିଲି
ଚାହୁଁ ଚାହୁଁ ପାଇଗଲି ।
ପ୍ରଥମ ଦେଖାରେ ଭଲ ପାଇଗଲି
ଆଖିରେ ମିଶାଇ ଆଖି
ସେହି ଦିନଠାରୁ ସମ୍ପର୍କ ଲାଗିଲା
ପ୍ରକୃତି ରହିଲା ସାକ୍ଷୀ ।
କୃଷ୍ଣ ଚୁଡା ରଙ୍ଗ ନେଇ ମୁଁ ଆଙ୍କିଲି
ବସି ପ୍ରିୟା ତୁମ ଛବି
ତୁମ ଓଠଧାରେ ଫିକା ଯେ ହୋଇଲା
ଲାଲ ଅସ୍ତରଙ୍ଗ ରବି ।
ରସିକା ପଣରେ ରାଧାଠୁ ଅଧିକ
ତୁମର ସୌନ୍ଦର୍ଯ୍ୟ ନେଇ
ମୁରୁକି ହସରେ କଥାରେ କଥାରେ
ମନ ନେଇଗଲ ମୋହି ।
ମୋଠାରୁ ଅନ୍ତର ହୋଇଗଲେ ତୁମେ
ଦୁଃଖରେ ହୁଏ ମୁଁ ଘାରି
ଦିନେ ନଦେଖିଲେ ରହିପାରେ ନାହିଁ
ହୁଏ ଖାଲି ଝୁରି ଝୁରି ।
ଏସବୁ ଭିତରେ ସ୍ୱାର୍ଥପର ତୁମେ
ହୋଇପାରିଲ କେମିତି
ଗରବ କରିଣ ଭାଙ୍ଗିଲ ହୃଦୟ
ବେଇମାନି କଲ କେମିତି ।
ଏତେ ଯେ ଗରବ ଥିଲା ତୁମ ପାଖେ
ଭଲ ପାଇଲ କାହିଁକି
ନବୁଝି ବିଚାରି ଭଲ ପାଇଗଲି
ତୁମ ରୁପକୁ ଦେଖିକି ।
ଏତେ ଦିନ ଧରି ଭଲ ପାଉଥିଲ
ଜାଣିପାରିଲନି ମୋତେ
ତୋତେ ଚିହ୍ନିବାରେ ଭୁଲ ହୋଇଗଲା
ବଢ଼ାଇ କହୁଛୁ କେତେ ।
ଏଡ଼େ ମାୟାବିନୀ ସ୍ୱାର୍ଥପର ତୁମେ
ଭାଙ୍ଗିଲ ହୃଦୟ ମୋର
ସ୍ୱାର୍ଥ ପାଇଗଲେ ମାରିବ ଗୋଇଠା
ସ୍ବପ୍ନ ହେଲା ଚୁରମାର ।
ଆଖିରେ ମୋହର ଲୁହ ଯେ ରହୁନି
ଭଗ୍ନ ହୃଦୟରେ ମୋର
ଏତେ ବଡ଼ ଭୁଲ ଜୀବନେ କରିଲି
ନାହିଁ ତାର ଉପଚାର ।
ଏଡ଼େ ମାୟାବିନୀ ଏଡ଼େ ଯେ ପିଶାଚୀ
ମୋ ଆତ୍ମା କ୍ଷମା ଦେବନି
ଏମିତି ଛଳନା କେବେ କରିବୁନି
ଭଗବାନ କ୍ଷମା ଦେବେନି ।

