STORYMIRROR

Satyabati Swain

Romance

4  

Satyabati Swain

Romance

କବ୍ଜା

କବ୍ଜା

1 min
377

ମନ ଜମା ମାନୁନାହିଁ

କିଛି ଭଲ ଲାଗୁନାହିଁ

ଯନ୍ତ୍ରଣାରେ ଫାଟିପଡ଼େ

ଧୂଳିରେ ଲୋଡି ଗଡେ

କେବଳ ତୁମରି ପାଇଁ।


ଫାଟି ପଡେ ଛାତି ମୋର

କୋହ ଉଠେ ବାରମ୍ବାର

ଆଖିରୁ ବୋହି ପଡୁଅଛି

ସାଇତା ଦରଦ ମୋର

କରି କେତେ କଲବଲ।


ଇଛାହୁଏ ମୋର ଉଡିଯିବି

ତୁମକୁ କୋଳେ ଭିଡ଼ିନେବି

ଛାତିରେ ଜାବୋଡି ଆଖିବୁଜି

ଯନ୍ତ୍ରଣା ଯେତେ ଭୁଲିଯିବି

ତୁମ ଭିତରେ ହଜିମଜିବି।


ଗପୁଥିବା ଆମେ ସାଥେ

ମନ ପୁରିବା ପରି ଯନ୍ତେ

କି କିମିଆଁ କରିଲ ସଖୀ

ମୁଁ ନାହିଁ ନିଜର ଆୟତେ

କୁହ କେମିତି ବଞ୍ଚିବି ସତେ।


ଭାବର ସମୁଦ୍ରରେ ବୁଡି

ଶୋଷେ ଖାଲି ଝର ଝର

ପାଣି ଟୋପେ ଖୋଜେ ମୁହିଁ

ଦେବକି ଗୋ ମିତ ମୋହର

ତୁଷାର୍ତ୍ତ ପ୍ରାଣକୁ କରି ଶୀତଳ।


ଭାବୁଅଛି ଆଉ ତୁମ କଥା

ଜମାରୁ ତ ଭାବିବି ନାହିଁ

ବେଶୀ ବେଶୀ ମନପଡ଼

ମୋ ହୃଦୟକୁ ଛୁଇଁଛୁଇଁ

ମୋତେ ମୋଠୁ ଚୋରାଇ।


ତୁମେ ଗଲ ବାଟଭାଙ୍ଗି

ତଥାପି କାହିଁକି ମୋତେ

ଜଳାଇ ପୋଡି ମାରୁଅଛ

କବ୍ଜା କରି ମୋତେ ଏତେ

ଖେଳ ନାହିଁ ମୋ ଜୀବନ ସହିତେ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance