STORYMIRROR

Ramachandra Bhutia

Abstract Romance Classics

4  

Ramachandra Bhutia

Abstract Romance Classics

ଦଶଭୁଜା ବନ୍ଦନା

ଦଶଭୁଜା ବନ୍ଦନା

1 min
389

ନମଃ ଦଶଭୁଜା    ଜଗତ ଜନନୀ

    ଅଜ୍ଞାନ ତମ କୁ ନାଶ

ନମଃ ନମଃ ଦୁର୍ଗା     ଦୁର୍ଗତି ନାଶିନୀ

    ଜ୍ଞାନେ କର ମା ପ୍ରକାଶ


ଜୟ ଜଗଦମ୍ବେ     ଗୌରୀ ଶିବା ଅମ୍ବେ

    ଭବାନୀ ରୁଦ୍ରାଣୀ ଵାମା

ଜୟ କାତ୍ୟାୟନୀ     ହେ ଆଦିଜନନୀ

    ଜୟ ଜୟ ମାତା ଉମା


ମହିଷା ନିପାତି     ସୃଷ୍ଟି କଲ ରକ୍ଷା

    ଦଶ ପ୍ରହରଣ ଧରି

ଦଶ ଅସ୍ତ୍ର ତୁମ୍ଭ     ସୂଚାଏ ଜଗତେ

    ଦିବ୍ୟ ଶିକ୍ଷା ସିଦ୍ଧେଶ୍ୱରୀ


ଶଙ୍ଖ ହସ୍ତ ତୁମ୍ଭ     ସୌଭାଗ୍ୟ ବର୍ଦ୍ଧକ

    ଚକ୍ର ସଂହାର କାରଣ

କାମ କ୍ରୋଧ ଲୋଭ     ତ୍ରିଗୁଣ କୁ ଜୟ

    ତ୍ରିଶୂଳ ଦିଏ ପ୍ରମାଣ


ଭକ୍ତି ସମର୍ପଣ     ଗଦା ଦିଏ ଶିକ୍ଷା

    ଅଗ୍ନି ଶିଖା ଜ୍ଞାନ ଜ୍ୟୋତି

ଚାପ ଓ ନାରାଚ     ଶିକ୍ଷା ଦିଏ ମାତ

    ତୁମ୍ଭର ଗତିଜ ଶକ୍ତି


ସାଂସାରିକ ମୋହ     ମାୟା ରୁ ବିରତ

    ହେବାକୁ କମଳ ଶିକ୍ଷା

(ହେଉପଛେ)

ପାପ ପଙ୍କ ରୁ ଉତ୍ପତ୍ତି     ବ୍ରହ୍ମେ ଦେଲେ ମତି

    ଜନନୀ କରିବେ ରକ୍ଷା


ଇନ୍ଦ୍ରିୟ ସଂଯମ     ବଜ୍ର ଦିଏ ଶିକ୍ଷା

    ସଦାଚାରେ ହୁଅ ବ୍ରତୀ

କୃପାଣ କରରେ     ନାଶ ରୋଗ ବ୍ୟାଧି

    ସନ୍ତାନ ର ଭଗବତୀ


ଅଭୟ ବରଦ     ମୁଦ୍ରାରେ ହେ ଦେବୀ

    ନାଶୁଛ ସନ୍ତାନ ଭୟ

କେଶରୀ ବାହାନ     ଧର୍ମ ର ପ୍ରତୀକ

    ଭକ୍ତଙ୍କୁ କରେ ନିର୍ଭୟ


ରହେନାହିଁ ଦୁଃଖ     ଶୋକ ହେ ଜନନୀ

    ତୁମ୍ଭ ପଦେ ଦେଲେ ମନ

ଦୁଃଷ୍କର କାର୍ଯ୍ୟ ମା     ହୁଅଇ ସରଳ

    ଉଚ୍ଚାରିଲେ ତୁମ୍ଭ ନାମ


ଆହେ ଦଶଭୁଜା     ଦଶଦୋଷ ମୋର

    ସୁଦୟା କରିଣ କ୍ଷମ

ତୁମ୍ଭର ଚରଣେ     ଏ ଜୀବନ ମୋର

      କରୁଅଛି ସମର୍ପଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract