STORYMIRROR

Ramachandra Bhutia

Action Classics Inspirational

3  

Ramachandra Bhutia

Action Classics Inspirational

ହେ! ଈଶ୍ୱର !

ହେ! ଈଶ୍ୱର !

1 min
178

ହେ ଈଶ୍ୱର

ଜଗଦିଶ୍ୱର ଶଙ୍କର

ଦେବଦେବ ମହାଦେବ

ତୁମ୍ଭେ ଥାଉ ଥାଉ ବଢେ ଆଜି ପାପ ପଦୂର୍ଭାବ

ନିକ୍ଷେପ କର ତ୍ରିଶୂଳ

ଜଳି ଉଠୁ ଦାବାନଳ

ଆତତାୟୀ ଙ୍କ କବଳୁ ଏ ସୃଷ୍ଟି କୁ ରକ୍ଷା କର ।


ଦହିଛ ପରା କାମ କୁ

ଅନଙ୍ଗ କରିଛ ତାକୁ

ହେଲେ ହେଲା କି ନିସ୍ତାର

ତାହାରି ପ୍ରକୋପେ ବଢେ ଆଜି ଏତେ ବ୍ୟଭିଚାର

ପିନାକେ ଦିଅ ଟଙ୍କାର

ପୁଣି ସେ ମାର କୁ ମାର

ଦୂର୍ଜୟ ସେ ମଦନ କୁ ଆଉଥରେ ଜୟ କର ।


ମହଯୋଗୀ ସଦାଶିବ

କେତେ ଆଉ ସାଧ ଯୋଗ

ତେଜ କୈଳାସ କନ୍ଦର 

ଦିନୁ ଦିନୁ ବଢ଼ିଲାଣି ଅଧର୍ମୀ ର ଅତ୍ୟାଚାର 

ତୃତୀୟ ନେତ୍ର ଉନ୍ମୁକ୍ତ

କରେ ଧର ପାଶୁପତ

ଅନ୍ୟାୟୀ ର ପାପ ଦୁର୍ଗ କର ତୁମ୍ଭେ ପଦାନତ ।


ସୃଷ୍ଟି ର ଆଦି କାରକ

ତୁମ୍ଭେ ପରା ସଂହାରକ

କର ପ୍ରଚଣ୍ଡ ତାଣ୍ଡବ

ନଟରାଜ ଅବତାର ନିଅ ଆହେ ମହାରୁଦ୍ର

କର ହେ ନବ ନିର୍ମାଣ

ରଖି ନିଜ ପ୍ରଭୂପଣ

ନୋହିଲେ ନିଶ୍ଚେ ହୋଇବ ଏହି ସୃଷ୍ଟି ଶମଶାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action