STORYMIRROR

Ramachandra Bhutia

Inspirational

3  

Ramachandra Bhutia

Inspirational

ମାଆ ଧନ୍ୟ ତୋ ମହିମା

ମାଆ ଧନ୍ୟ ତୋ ମହିମା

1 min
253

ମାଆ ଧନ୍ୟ ତୋ ମହିମା

କେ ବର୍ଣ୍ଣିପାରେ ନାହିଁ ତାର ସୀମା


ତୋ ଦୟାରେ ମୁକ ହୁଅଇ ବାଚାଳ

ପଙ୍ଗୁ ଲଂଘେ ହିମାଳୟ

ଜନ୍ମାନ୍ଧ ବି ପାଇପାରେ ଦିବ୍ୟଦୃଷ୍ଟି

କରି ତୋର ପାଦେ ଲୟ 


ମାଆ ଧନ୍ୟ ତୋ ମହିମା

କେ ବର୍ଣ୍ଣିପାରେ ନାହିଁ ତାର ସୀମା


ତୁହି ଶାନ୍ତ ତୁହି ସୌମ୍ୟା

ପୁଣି ଭୟ ପ୍ରଦାୟିନୀ

ଅଭୟ ଦେଉ ସନ୍ତାନେ

ଜଗତ ଜନନୀ


ମାଆ ଧନ୍ୟ ତୋ ମହିମା

କେ ବର୍ଣ୍ଣିପାରେ ନାହିଁ ତାର ସୀମା


ନୀଚ କୁଳେ ଜନ୍ମ ମାତା

ଜ୍ଞାନ ଚକ୍ଷୁହୀନ

ଦୁର୍ମତି ମୁଁ ମୂଢମତି

ପାପିଷ୍ଠ ଅଜ୍ଞାନ


ମାଆ ଧନ୍ୟ ତୋ ମହିମା

କେ ବର୍ଣ୍ଣିପାରେ ନାହିଁ ତାର ସୀମା


ଜାଣିନି ତୋ ପୂଜା ମନ୍ତ୍ର

ଶାସ୍ତ୍ର ର ବିଧାନ

କ୍ଷମା ଗୁଣେ କ୍ଷମା କର

ମୁଁ ତୋହରି ସନ୍ତାନ


ମାଆ ଧନ୍ୟ ତୋ ମହିମା

କେ ବର୍ଣ୍ଣିପାରେ ନାହିଁ ତାର ସୀମା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational