STORYMIRROR

Ramachandra Bhutia

Abstract Romance Inspirational

4  

Ramachandra Bhutia

Abstract Romance Inspirational

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
256

ପ୍ରେମ ନୁହଁ କ୍ଷଣସ୍ଥାୟୀ ବାଲିଘର

ଭାଙ୍ଗିଯିବ ଯାହା ସମୟ ସାଗର ଲହରୀ ମାଡ଼ରେ

ପ୍ରେମ ଅଟେ ଶାଶ୍ଵତ ସତ୍ୟ ଚିରନ୍ତନ

ଲିପିବଦ୍ଧ ହୁଏ ଯାହା ଇତିହାସ ର ଅମର ପୃଷ୍ଠାରେ ।


ପ୍ରେମ ନୁହେଁ ମାଧ୍ୟମ ସେ କରିବାକୁ ଚରିର୍ଥାତ

କାମନା ବାସନା ଆଉ ଦୈହିକ କ୍ଷୁଧାର

ପ୍ରେମ ଅଟଇ ମିଳନ ଦୁଇଟି ପବିତ୍ର ଆତ୍ମାର

ଏକ ଐଶ୍ୱରୀୟ ଅନୁଭବ, ଶିହରଣ ସେ ଦିବ୍ୟତାର ।


ପ୍ରେମ ପାଇଁ ରାଧାକୃଷ୍ଣ ଆଜିବି ଅମର

ଆଜି ବି ଏକାମ୍ର କହୁଛି ଗାଥା କେଦାର ଗୌରୀର

ହୋଇପାରେ ପ୍ରେମ ର ପଥ କେବେ ପିଚ୍ଛିଳ ମାତ୍ର ନୁହଁ ତାମସା ଆଚ୍ଛନ୍ନ

ଅନାବିଳ ବିଶ୍ୱାସ ର ହସ୍ତ ଧରିଥିଲେ ଦୃଢ଼ କରି ହୁଏ ପ୍ରେମ ପୁଷ୍ପ ଆଭରଣ ।


ପ୍ରେମ ପରିଭାଷା ନଥାଏ କେଉଁ ଅଭିଧାନ ବା ପୋଥିରେ

ବରଂ ତାହା ଲୁଚିଥାଏ ମନର କେଉଁ ଏକ ନିଭୃତ୍ତ କୋଣରେ

ପ୍ରେମ କରାଏନି କେବେ ଦିଗଭ୍ରଷ୍ଟ ଅବା ଲକ୍ଷ୍ୟ ପଥ ରୁ ବିଚ୍ୟୁତ

ପ୍ରେମ ଏକ ଧ୍ରୁବତାରା ଈଶ୍ବରଙ୍କ ଏସୃଷ୍ଟିରେ, ଏହା ହିଁ ତ ସତ୍ୟ।


ପ୍ରେମ ନୁହଁ ପଙ୍କିଳ, ସେ ସଦା ସତେଜ ପଙ୍କଜ

ଦେଖେନାହିଁ ପ୍ରେମ ରୂପ, ଜାତିଭେଦ ଅବା ଉଚ୍ଚନୀଚ

କରିନାହିଁ ଏହା କେବେ ଧନ ସମ୍ପତ୍ତି ତୁଳନା

ପ୍ରେମ ତ ପବିତ୍ର ଏହା କାଚ ଠାରୁ ସ୍ୱଚ୍ଛ ।


ପ୍ରେମ ଏକ ବଳିଦାନ ତ୍ୟାଗ ତା ଭୂଷଣ

ନୁହେଁ କେବେ ଏହା ମାତ୍ର ଶାରୀରିକ ଆକର୍ଷଣ

ଯିଏ କରେ ପ୍ରେମ ନୁହଁ ଭୀରୁ ସେ ଅଟଇ ସାହସୀ

ଡରେନି ସେ ଦୁନିଆ କୁ ସିନା ଦେଇଥାଏ ତା ଜୀବନ ।


ପ୍ରେମ ଏକ ଯୋଗସୂତ୍ର ଦୁଇଟି ଆତ୍ମାର

ଆକାଶ ପରି ତା'ର ବ୍ୟାପ୍ତି ସାଗରୁ ଗଭୀର

ପ୍ରେମରେ ହିଁ ତ ହୁଅଇ ଯେ ଈଶ୍ୱରଙ୍କ ପ୍ରାପ୍ତି

ବିଶ୍ଵ କୁ ଜିତିବାକୁ ଏହା ଅମୋଘ ଶକ୍ତି ।


ରେ ମାନବ, ହୃଦୟ ମଧ୍ୟରୁ ଯେବେ କରିବୁ ତୁ ପ୍ରେମ

ଏ ସୁନ୍ଦର ସୃଷ୍ଟି ତୋତେ ଲାଗିବ ସୁଷମ

ପାଇବୁ ଈଶ୍ୱର କୃପା ଲଭିବୁ ତୁ ମୁକ୍ତି

ଆତ୍ମା ତୋ ପାଇବ ନିଶ୍ଚେ ଚିରନ୍ତନ ଶାନ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract