Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramachandra Bhutia

Abstract Tragedy Inspirational

3  

Ramachandra Bhutia

Abstract Tragedy Inspirational

ମୋ ବିଡ଼ମ୍ବିତ ଭାଗ୍ୟରେଖା

ମୋ ବିଡ଼ମ୍ବିତ ଭାଗ୍ୟରେଖା

1 min
545


ମୋ ମୁହଁରେ କଳା କଳଙ୍କ ମୋହର

ତୋ ମୁଁହରେ କଳା ସୌନ୍ଦର୍ଯ୍ୟ ଟୀକା

ଏ ତ ମୋ ବିଡ଼ମ୍ବିତ ଭାଗ୍ୟରେଖା ।


ଅଧାଗଢ଼ା ହୋଇ ପୂର୍ଣ୍ଣବ୍ରହ୍ମ ତୁହି

ନାଥ ଅଟୁ ଜଗତର

ଦୀନଜନ ଦେଖି ଦୁଃଖ ଦେଉ ବେଶୀ

ଧନ୍ୟଧନ୍ୟ ତୋ ବିଚାର ।


ତୁ ବେତ ମାଡ଼ ଦେଇ ପାଉଣା ପାଉଛୁ

ମାଡ଼ ଖାଇ ବି ମୁଁ ମୋ ଝୁଲା ଫାଙ୍କା

ଏ ତ ମୋ ବିଡ଼ମ୍ବିତ ଭାଗ୍ୟରେଖା ।


ମାନ ଉଦ୍ଧାରଣ ମାନ ବିଭଞ୍ଜନ 

ଅଟେ ପରା ତୋର ନାମ

ସେଥିପାଇଁ ବୋଧେ ବାରବାର ତୁହି

ଦେଉ ମୋତେ ଅପମାନ  ।


ଛପନ ଭୋଗ ତ ତୋତେ ରୁଚେ ନାହିଁ

ମୁଁ ବାସି ପେଜ ମୁନ୍ଦିକରେ ରଙ୍କା

ଏ ତ ମୋ ବିଡ଼ମ୍ବିତ ଭାଗ୍ୟରେଖା



Rate this content
Log in

Similar oriya poem from Abstract