STORYMIRROR

Ramachandra Bhutia

Abstract Classics Others

3  

Ramachandra Bhutia

Abstract Classics Others

ନମସ୍ତୁତେ ଆଦିମାତା

ନମସ୍ତୁତେ ଆଦିମାତା

1 min
248

ପ୍ରଥମ ରେ ଶ୍ରୀ ଶୈଳପୁତ୍ରୀ ନାମ

ଦ୍ଵିତୀୟେ ବ୍ରହ୍ମଚାରିଣୀ

ତୃତୀୟ ରେ ମାତା ଚନ୍ଦ୍ରଘଣ୍ଟା ନାମ

କୁଷ୍ମଣ୍ଡା ଚତୁର୍ଥେ ପୁଣି।


ପଞ୍ଚମ ରେ ତୋର ନାମ ସ୍କନ୍ଦମାତା 

ଷଷ୍ଠ ରେ ଶ୍ରୀ କାତ୍ୟାୟନୀ

ସପ୍ତମ ରେ ତୋର କାଳରାତ୍ରୀ ନାମ

ଅଷ୍ଟମ ରେ ମହାଗୌରୀ।


ମମତାମୟୀ ତୁ ମହା ସିଦ୍ଧିଦାତ୍ରୀ

ନାମ ଧରିଛୁ ନବମେ

ନବଦୁର୍ଗା ତୁହି, ତୁହି ଯୋଗମାୟା

ଜୟ ଜୟ ଜଗଦମ୍ବେ।


ନମସ୍ତେ ଭବାନୀ ଶଙ୍କର ଘରଣୀ

ନମସ୍ତେ ଶ୍ରୀଦଶଭୁଜା

କଲ୍ୟାଣମୟୀ ତୁ ଅଭୟ ଦାୟିନୀ

ଦୁର୍ଗତି ନାଶିନୀ ଦୁର୍ଗା।


ଶକ୍ତି ପ୍ରଦାୟିନୀ କାମ୍ପିଲ୍ୟ ବାସିନୀ

ହୈମବନ୍ତ ଗିରି ସୂତା

କରୁଛୁ ପ୍ରଣାମ ଶ୍ରୀଚରଣେ ତୋର

ନମସ୍ତୁତେ ଆଦିମାତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract