Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ramachandra Bhutia

Abstract Romance Others

4  

Ramachandra Bhutia

Abstract Romance Others

ହୃଦୟର ଉପହାର

ହୃଦୟର ଉପହାର

1 min
229


ଦିନ ପରେ ଦିନ ମାସ ଋତୁ ଯାଇ

ବରଷ ବି ଗଲା ବିତି

ତୋ ପ୍ରେମ ନିର୍ଝରଣୀ ଝରେ ଅବିରତ

ଉଣା ହୋଇନି ତୋ ପ୍ରୀତି ।


ସମ୍ପର୍କ ସାଗରେ ଜୁଆର ଆସିଛି

କେବେ ପୁଣି ଥିଲା ଭଟ୍ଟା

କେବେ ଆସିଥିଲା ରଙ୍ଗୋଲି ଫଗୁଣ

ସ୍ମୃତି ତାର ଭାରି ମିଠା ।


ମୃଦୁ ମଳୟ ର ପିରତି ଛୁଆଁରେ

ଚାଲିଛୁ ଧରି ମୋ ହାତ

ଆସିଥିଲା ଯେବେ ଝାଞ୍ଜି ବଇଶାଖ

ତୁ ସାଜିଛୁ ମୋର ଛାତ ।


ତୋ ମିଠା ଆକଟ ମାନ ଅଭିମାନ

ମିଛ ଆଡରୁଷା ପ୍ରେମ

କେବେ ତୁ ଶ୍ରାବଣୀ ପ୍ରୀତିର ଫାଲଗୁନୀ

କିଣି ନେଉ ମୋର ମନ ।


ହସ ଲୁହ ଭରା ଦୁନିଆ ଆମର

ନ ଲାଗୁ ନଜର କା'ର

ଏହିପରି ଥାଉ ମାଆ ଙ୍କ କରୁଣା

ଆଉ ନାହିଁ କିଛି ପାଇବାର ।


ମାଗିନାହୁଁ କେବେ ଉପହାର ମୋତେ

କିଛି ଦେଇନାହିଁ ବୋଲି 

ଏ ହୃଦୟକୁ ମୋର ଏ ଶୁଭଦିନରେ

ଉପହାର ତୋତେ ଦେଲି ।



Rate this content
Log in