STORYMIRROR

Satyabati Swain

Romance

4  

Satyabati Swain

Romance

ଯଦି

ଯଦି

1 min
747

ଆକାଶେ ଯଦି ବତାସ ଉଠେ

ମନରେ ଜାଗେ କୋହ

ସମୁଦ୍ରେ ଯଦି ଜୁଆର ଆସେ

ଆଖିରୁ ଝରେ ଲୁହ।


କମ୍ପିଲେ ଥରେ ଧରିତ୍ରୀ ମାଆ

ପାଇବେ କେହି ରକ୍ଷା

ମନ ବନରେ ଲାଗିଲେ ନିଆଁ

ମନ ପୋଡ଼ଇ ଏକା।


ଅଭିମାନରେ ମଉନ ହେଲେ

ମନରେ ଦୁଃଖ ଦେବ

ପରାଣୁ ଥରେ ଘଟ ଛୁଟିଲେ

ବୋଲିବେ ସବୁ ଶବ।


ସେ ମନ ଯଦି ପାଏ ଯନ୍ତ୍ରଣା

ଏ ମନ ଛଟପଟ

ଯଦି ବା କେବେ ଚୁପ୍ ରୁହଇ

ଅନ୍ତରେ ଦିଏ କ୍ଷତ।


ଦୁଇ ହୃଦୟ ହୋଇଲେ ଏକା

କଥାଟି ସରି ଗଲା

ସଜୀବ ହୋଇ ନିର୍ଜୀବ ହେବ

ବଞ୍ଚି ଥାଉ ଥାଉ ମଲା


ଉଜାଣି ଯେବେ ଯମୁନା ବୁହେ

ଉଛୁଳେ କୁଞ୍ଜବନ

ବଇଁଶୀ ସେବେ ବିରହ ସ୍ୱରେ 

ଦହଇ ରାଧା ପରାଣ।


ସେ ମନ ଯଦି ଏ ମନ ଖୋଜେ

ପାରେନା କ୍ଷଣେ ରହି

ପଡେ ବା ଯଦି ମେଘ ପ୍ରାଚୀର

ପଳାଏ ଡେଇଁ ଡେଇଁ।


ସାଗର ଖୋଜେ ନଈକୁ କେତେ

ପାରେ କି ସେ ତା ଜାଣି

ମୁଣ୍ଡ ପିଟେ ବେଳାଭୂମିରେ

ଅପେକ୍ଷାରେ ଦିନ ଗଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance