Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

samhita jena

Romance

4  

samhita jena

Romance

ପ୍ରେମ

ପ୍ରେମ

1 min
253


ନହୁଲି ବୟସ ମହୁଲି ନିଶାରେ 

   ପ୍ରେମ ଭରି ଦିଏ ପୁଲକ 

ମନ ତଳେ ଝରେ ଖୁସିର ଝରଣା 

   ମୁହଁରେ ଚେନାଏ ଝଲକ ।


ଚଞ୍ଚଳ ହରିଣୀ ପରି ଦୁଇ ଆଖି 

    ଖୋଜୁଥାଏ ମନ ପ୍ରେମୀକୁ 

ମିଳନର ଆଶା ମନେ ଜାଗିଉଠେ 

   ଆନମନା କରେ ମନକୁ ।


ମନ ଅଗଣାରେ ପ୍ରେମର ସଙ୍ଗୀତ 

    ସୁର ତାଳ ଦେଇ ଗାଆନ୍ତି 

ଶୁଆ , ଶାରୀ ଭଳି ପ୍ରେମର ଭାଷାରେ 

   କେତେ ମିଠା କଥା କୁହନ୍ତି ।


ମନ ଉଡୁଥାଏ ନୀଳ ଆକାଶରେ 

  ଦେଖୁଥାଏ ନିତି ସପନ 

ପ୍ରେମର ରଙ୍ଗଟା ଲାଗିଗଲେ ଦେହେ 

  ମାନେ ନାହିଁ ବାଧା ବନ୍ଧନ ।


ଇନ୍ଦ୍ରଧନୁ ରଙ୍ଗ ଭରିଯାଏ ମନେ 

  ନିର୍ମଳ ମନର ଆକାଶ 

ସ୍ବପ୍ନର ସହର କଳ୍ପନାରେ ଆଙ୍କି 

   କରଇ ତ ପରିପ୍ରକାଶ ।


ମଳୟ ପବନ ଆଣେ ଶିହରଣ 

   ଭରି ଦିଏ ଆଶା ମନରେ 

ଧୀରେ ଧୀରେ ଆସି ପ୍ରେମୀ ପାଶେ ବସି 

    ମନ କଥା କହେ କାନରେ ।


ଅଳସୀ ଆଖିରେ ନିଦ ଆସେ ନାହିଁ 

    ଭାବୁଥାଏ ମନ ପ୍ରେମୀକୁ 

ନିର୍ଜନ ରାତିର ନିସ୍ତବ୍ଦ ପ୍ରହରେ 

    ଛୁଇଁ ଯାଏ ଟିକେ ତନୁକୁ।


Rate this content
Log in

Similar oriya poem from Romance