ପ୍ରେମ ପୁଲକ
ପ୍ରେମ ପୁଲକ
ତୋର ପ୍ରେମ ନୁହେଁ ଶାଠିଏ ପଉଟି
ଭୋଗ ରାଗେ ସାରିଦେବୁ,
ତୋର ପ୍ରେମ ରାଗେ ସମର୍ପିତ ଆମ୍ଭେ
ରାଧା - କୃଷ୍ଣ ବୋଲାଇବୁ ।
ଭାବ ବିହ୍ୱଳ ମୁଁ ତୁମ ପାଇଁ ରାଧା
ବ୍ୟସନେ ନାହିଁ ମୋ ମନ,
ନୀତି ଝୁରୁଛି ମୁଁ ତୁମ ପାଦ ପଦ୍ମ
ଝୁରୁଛି କଦମ୍ବ ବନ ।
ଆଖି ମୁଦି ରଖେ ଭୟାତୁର ହୋଇ
କାଳେ ସ୍ବପ୍ନ ଭାଙ୍ଗି ଯିବ
ଅଦୃଶ୍ୟ ହେବ କି ମୋର ରାଧା ରାଣୀ
ଖୋଲି ଦେଲେ ଚାଲି ଯିବ ।
ଜାଣିଛି ରାଧା ଗୋ ପ୍ରେମ ଧନ ନୁହେଁ
ଭୋଗ ବିଳାସ ରେ ପୂର୍ଣ୍ଣ,
ତୋତେ ମୁଁ ଦେଇଛି ମୋ ହୃଦୟ ରାଜ୍ୟ
ସେ ରାଜ୍ୟେ ତୋର ଗମନ ।
ନାହିଁ ତ ଶୋଚନା ବିରହ ବ୍ୟଥାରେ
ଆମର ଏ ଶାଶ୍ଵତ ପ୍ରେମ,
ସଂସାର ଜାଣିବ କେତେ ଯେ ମହତ୍ତ୍ଵ
ଦେଉଥିଲେ ଖାଲି ମନ ।
ପାଇବାରେ ନାହିଁ ଆନନ୍ଦ ସମ୍ପର୍କେ
କାମନା ରେ ଥାଏ ଦୁଃଖ,
ରାଧା କୃଷ୍ଣ ଆଜି ସର୍ବତ୍ର ପୂଜିତ
ମିଳଇ ପରମ ସୁଖ ।
ସମ୍ପୂର୍ଣ୍ଣ କର ତୁମେ ମୋହର ଅସ୍ତିତ୍ଵ
ତୁମେ ପ୍ରେମମୟୀ ମାଆ,
ପରିଭାଷା ତୁମେ, ପ୍ରେମ ଅମୃତର
ତୁମେ ଜଗତର ସାହା ।