STORYMIRROR

Alka Mohanty

Abstract Comedy

4  

Alka Mohanty

Abstract Comedy

ରଜ ଗୀତ, ଏକ ଭିନ୍ନ ସ୍ଵାଦ ରେ

ରଜ ଗୀତ, ଏକ ଭିନ୍ନ ସ୍ଵାଦ ରେ

1 min
20


ବନସ୍ତେ ଡାକୁନି ଗଜ

ବରଷକ ଥରେ ଆସିଛି ରଜ

ଦେଖୁନାହିଁ ସଜବାଜ।


ଆମ୍ବ ପାଚୁଅଛି ବନେ

ଚନ୍ଦନ ଅଳତା ଚୂଲିକି ଗଲାଣି

ପାଉଡର ବିନ୍ଦି ଘେନେ।


ଚାକୁଣ୍ଡା ଗଛର ଛାଇ,

ରଜ ଦୋଳି ଆଉ ଗଛେ ଝୁଲୁନାହି

ଲୁହା ଦୋଳି ସାଇଁ ସାଇଁ।


ଖୋଷା ରେ ଗଜରା ହାର

ରଜ ପାନ ଆଉ କିଏ ବା ଖାଇବ

ଲିପଷ୍ଟିକ ଓଠରେ ମାର।


ଝୁଲି ଝୁଲି ଚାଲେ ହାତୀ,

ପାନ ଭଙ୍ଗା ଆଉ ଦେଖା ଯାଉନାହିଁ

ଗୁଆ ଖୋଜେ ଗୁଆକାତି।


ଗୁମୁରୁଛି କଳା ମେଘ

ନୂଆ ବସ୍ତ୍ର ଦିଏ କେତେ କଷଣ ଯେ 

ଗୁଳୁ ଗୁଳି ରଜ ପାଗ।


ପଙ୍ଖା ବୁଲୁଥାଏ ଘରେ

ଡହ ଡହ ତାତେ ଘର ଅଗଣା ଲୋ

ମୁଁହ ମାରି ବସ ଘରେ।


ରାସ୍ତା ଘାଟ ଗହଳିଆ

କେଁ କେଁ କରେ ମଟର ଗାଡି ଲୋ

ଥାଉ ରଜ ମଉଜିଆ।


ଆଖିରେ କଜଳ ଗାର 

ନାହିଁ ଆଉ ସେହି କୁଆଁରୀ ମନରେ

ସୁଖ ଶାନ୍ତି ପରିବାର।


ମଇଁଷି ର ଶିଙ୍ଘ ଫଟା,

ଆଉ ଋଷି ନାହିଁ ରାଧିକା ରାଣୀ ଲୋ

ଜାଣିଛି କୃଷ୍ଣ ର ଛଟା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract