ମଣିଷ
ମଣିଷ
ମଶାଣିରେ ଶେଷ ହୃଦୟର ଭାବ
ରକ୍ତ, ମାଂସେ ଗଢ଼ା ଦେହ
ଜ୍ଞାନ ଓ ସଂସ୍କାର ଚିରଦିନ ବସ୍ତୁ
ମିଛ ବାକି ମାୟା ମୋହ ।
ନରମ ଦେହର ଗରମ ପବନ
ସହିବା ମାନବ ଧର୍ମ
ସମୟ ସମ୍ମାନେ ଘେନି ଶାନ୍ତି ପ୍ରୀତି
କରୁଥିବା ସତ କର୍ମ ।
ମାଂସଳ ଶରୀର କେଇ ଦିନ ମାତ୍ର
କରିବାନି ଗର୍ବ ମନେ
ଅଶ୍ରୁ ପୋଛିଦେବା ଦରିଦ୍ର ନୟନୁ
ଭକ୍ତି ସଦା ପ୍ରିୟଜନେ ।।