Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Sahoo

Abstract Inspirational Others

4.5  

Chinmaya Kumar Sahoo

Abstract Inspirational Others

ଜୀବନ ଜିଇଁବା ଶିଖୁଛି

ଜୀବନ ଜିଇଁବା ଶିଖୁଛି

1 min
204


ଜୀବନ ରାସ୍ତାରେ ଭାରି ଖାଲ ଢୀପ

ବାରମ୍ବାର ଝୁଣ୍ଟି ପଡୁଛି -

ମନକୁ ବାଧୁଛି, ହୃଦୟ ଭାଙ୍ଗୁଛି

ତଥାପି ଉଠିକି ଚାଲୁଛି ।


ସମ୍ପର୍କ ଗଢିବା ଭାରି କଷ୍ଟକର

ଗଢୁ ଗଢୁ ଭାଙ୍ଗି ଯାଉଛି -

ବିଶ୍ୱାସ ହାରୁଛି ଭରଷା ତୁଟୁଛି

ତଥାପି ଗଢ଼ିବା ଶିଖୁଛି ।


ଆଶାର ଅସଂଖ୍ୟ ବାଲିଘର ମନେ

ସମୟ ବାତ୍ୟାରେ ଭାଙ୍ଗୁଛି -

ଭଗ୍ନାବଶେଷରୁ ଭାଗ୍ୟକୁ ସାଉଁଟି

ତଥାପି ସପନ ଦେଖୁଛି ।


ଅବଶୋଷର ସମୁଦ୍ରଟା ସତେ

ଆଖିରେ ଲହରୀ ଭାଙ୍ଗୁଛି -

କିଛି ହେଇନାହିଁ ଅଭିନୟ କରି

ତଥାପି ମୁରୁକି ହସୁଛି ।  


ଅଢେଇ ଦିନିଆ ଜୀବନଟା କେବେ

ବୋଝ ଭଳି ମନେ ହେଉଛି -

ସପନ ମରୁଛି, ସାହାରା ଖୋଜୁଛି

ତଥାପି ଜୀଇଁବା ଶିଖୁଛି ।


Rate this content
Log in

Similar oriya poem from Abstract