STORYMIRROR

Alka Mohanty

Abstract Others

3  

Alka Mohanty

Abstract Others

ମୌସୁମୀ

ମୌସୁମୀ

1 min
24

ମୌସୁମୀ 

ଇପ୍ସିତା ଆଜି ଅମ୍ବୁ ପ୍ରିୟା ତୁମେ 
ଭସା ବାଦଲ ର ମେଳେ,
ସ୍ୱରଗ ରାଇଜ ଅପସରା ତୁମେ
ଓହ୍ଲାଇବ ଲାଗ୍ନ ବେଳେ।

କେତେଯେ ଯାତନା,କେତେଯେ ଅପେକ୍ଷା 
ତୁମ ଆଗମନ ପାଇଁ,
ଶୁଷ୍କ , ନିରସ ପୃଥିବୀ ପୃଷ୍ଟରେ 
ଜୀବ ଦାନ ଦେବା ପାଇଁ।

ପୂର୍ଣ୍ଣ କରିବ ଅଭିପ୍ସା ତାଙ୍କର
ଭରପୁର ଜଳାଶୟ,
ନିରସ ପାଦପ, ଶୁଷ୍କ ମରୁଭୂମି
କରିବ ଶ୍ୟାମଳ ମୟ।

ଶସ୍ୟ ଶ୍ୟାମଳା ଧରଣୀ ବକ୍ଷରେ
ସବୁଜିମା ଭରିଦେବ,  
ତୁମରି କାଉଁରୀ ପରଶ କ୍ଷେତରେ
ନବ ଯୌବନ ଆଣିବ।

ତୁମ ବିଳମ୍ବିତ ଆଗମନ ବାର୍ତ୍ତା 
ନୈରାଶ୍ୟ ଆଣୁଛି ମନେ,
ତଟିନୀ ହୃଦୟ ସ୍ପନ୍ଦନ ତୁମେଗୋ
ଆଶ୍ଵସନା ଦିଅ କ୍ଷଣେ।

ତୁମେ ଗୋ ଇପ୍ସିତା ଜଳଚରଙ୍କର 
କିଶାନର ପ୍ରେମ ଫଲଗୁ,
ଆସ ଆସ ଏହି ପହିଲି ଲଗ୍ନରେ
ପ୍ରୀତିର ବାସନା ଜାଗୁ।

ପହିଲି ରଜରେ ପହିଲି ପରଶ 
ପାଇଲେ ଧରଣୀ ମାଆ,
ଗର୍ଭ ରେ ତାହାର ସଂଚରି ଯିବେ
ଜୀବ ଙ୍କୁ ମିଳିବ ରାହା।

ବର୍ଷା ର ଏହି ପହିଲି ପାର୍ବଣେ 
ଆସ ହେ ଅଭିସାରିକା,
ମୌସୁମୀ ତୁମେ, ତୁମ ଅଗମନେ 
ହେବ ଗ୍ରୀଷ୍ମର ଯବନିକା ।
-------------------------------
©ଅଳକା ମହାନ୍ତି 
ଅଧ୍ୟକ୍ଷା 
ବି. ଜେ. ଇ. ଏମ. ସ୍କୁଲ -୨
ସତ୍ୟଭାମା ପୁର , ବଳକାଟି, ଖୋର୍ଦ୍ଧା ୭୫୨୦୦୧
ଭୁବନେଶ୍ୱର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract