କି ରୋଗ ଏଟା ବାହାରିଲା
କି ରୋଗ ଏଟା ବାହାରିଲା
କି ରୋଗ ଏଇଟା
ବାହାରିଲା ଭାଇ
ସଭିଙ୍କ ମୁହଁରୁ
ଦେଲା ହସ ଉଡେଇ ।
ପୋଲିସ କହୁଛି
ବାହାରେ ବୁଲନି
ଡାକ୍ତର କହୁଛି
କାହାକୁ ଛୁଅଁନି ।
ବୁଲିଲେ, ଛୁଇଁଲେ
ରୋଗ ହେଇଯିବ
ନିଜେ ତ ମରିବ
ସଭିଙ୍କୁ ମରିବ ।
ନ ମାନି ଯଦି
ମେଳି କରିବ
ସାରା ଦେଶେ ରୋଗ
ମାଡି ଚାଲିବ ।
ହାତ ଯୋଡ଼ି ସବୁ
କର ଜୁହାର
ଘରେ ରହିଲେ ସବୁ
ରୋଗ ଆପେ ହେବ ଦୂର ।
ନୀତି ନିୟମକୁ
ଯଦି ନ ମାନ
ବନ୍ଦୀରେ ରହିବ
ଚଉଦ ଦିନ ।
ଭାଇ ବାହାରକୁ
ଆସନାହିଁ
କରୋନା ରାକ୍ଷସୀ
ଅଛି ଅନେଇ,
ପୁଣି ଅନେଇ ବସିଛି
ପୋଲିସ ଭାଇ
ଧରିଲେ ପିଠିରେ
ଦେବ ଡିଜେ ବଜେଇ ।।
