ଝିଅ ଦେଖିବାକୁ ଯାଇଥିଲା ପୱନ୍
ଝିଅ ଦେଖିବାକୁ ଯାଇଥିଲା ପୱନ୍


ଝିଅ ଦେଖିବାକୁ ଯାଇଥିଲା ପୱନ୍
ଏହି ରବିବାର ଦିନ,
ଶଶୁର ତାର ପଚାରିଲେ ପୁଅ
କର ତୁମେ କେଉଁ କାମ ।
ପୱନ୍ କହେ ବିଏ ସିଟି ମୁଁ କରିଛି
ଚାକିରି ହେଇଯିବ ଏଇ ସନ୍,
ଦଶ ହଜାର ଟଙ୍କା କମାଏ ମାସକୁ
କରି ପିଲା ଟିୟୁସନ ।
ସିଟି କଥା ଶୁଣି ଉଚ୍ଚ ସ୍ୱରରେ ଶାଶୁ
କୁହନ୍ତି ଶୁଣ ତୁ ବାବୁରେ,
କେତେ ସିଟି ପିଲା ବେକାର ହୋଇ ଏବେ
ବୁଲୁଛନ୍ତି ଦାଣ୍ଡ ବାଟରେ ।
ପାଞ୍ଚ ବରସ ବାବୁ ଗଲାଣିରେ ବିତି
ତୁଚ୍ଛା ମିଛ ପ୍ରତଶ୍ରୁତିରେ,<
/p>
କେମିତି ବିଶ୍ୱାସ କରିବୁ ଯେ ଆମେ
ତୁମ ଚାକିରି ହେବ ଏ ବର୍ଷରେ ।
ହଜାର ହଜାର ସିଟି-ବିଡି ପିଲା
ତୁମେ ତ ଅଛ ସେ ଭିତରେ,
କେଉଁ ଭରସାରେ ଝିଅ ହାତ ମୋର
ଦେବି କୁହ ତୁମ ହାତରେ ।
ଚାକିରି ନାହିଁ ଯଦି ବାହାଘର କଥା
ମନରୁ ବାହାର କର,
ଚାକିରି ପରେ ଯାଇ ବିବାହ ପ୍ରସ୍ତାବ
ନେଇ ଆସ ଆମ ଘର ।
ମୁଁହ ତଳ କରି ବସି ଥାଏ ପୱନ
କୋହ ଚାପି ସବୁ ଛାତିରେ,
କି ଉତ୍ତର ଅବା ଅଛି ତା ପାଖରେ
କହିବ ଦେ ଶାଶୁ ଆଗରେ ।