ପ୍ରେମ ନୁହେଁ ପାପ
ପ୍ରେମ ନୁହେଁ ପାପ
ପ୍ରେମ ତ ପବିତ୍ର ପ୍ରେମ ତ ଶାଶ୍ବତ
ପ୍ରେମ ନୁହେଁ ଏକ ପାପ,
ପ୍ରେମ ଚିରସ୍ରୋତା ସ୍ନେହର କବିତା
ମମତାର ମଧୁ ଗପ ।
ପ୍ରେମ ବୁଝେ ନାହିଁ ଧନୀ କି ଗରିବ
ବୁଝେନି ଅଜାତି ଜାତି,
ପ୍ରେମ ନୁହେଁ ପାପ ପୂଣ୍ୟରୁ ଅମାପ
ଅହିସାବ ଲାଭ କ୍ଷତି ।
ପ୍ରେମକୁ ଅଜଣା ପ୍ରେମର ଠିକଣା
ସ୍ଥାନ କାଳ ପାତ୍ର ପତି,
ବୁଝେ ନାହିଁ ପ୍ରେମ ସୁନାମ ଦୁର୍ନାମ
ନିନ୍ଦା ପ୍ରଶଂସାର ଗତି ।
ପ୍ରେମେ ନାହିଁ ମନ୍ଦ କପଟ କି ଛନ୍ଦ
ନଥାଏ ପ୍ରେମରେ ପାପ,
ପ୍ରେମ ସତ୍ୟ ଶିବ ସୁନ୍ଦରର ଭାବ
ହୃଦୟର ଲଘୁ ଚାପ ।
ନାହିଁ ହିଂସା ଈର୍ଷା କ୍ରୋଧ ଅଗ୍ନି ବର୍ଷା
ଅବିଶ୍ବାସ ଅନୁତାପ,
ନାହିଁ ଘୃଣା ମିଥ୍ୟା ଅକଥାର ବ୍ୟଥା
ପ୍ରେମ ନୁହେଁ ଏକ ପାପ ।।

