STORYMIRROR

DEEPAK KUMAR PATRA

Romance Others

4  

DEEPAK KUMAR PATRA

Romance Others

ମିତାଶ୍ରୀ ତୁମପାଇଁ

ମିତାଶ୍ରୀ ତୁମପାଇଁ

1 min
367


ହଁ ମିତାଶ୍ରୀ,

ଇଚ୍ଛା ହୁଏ ଏଇ ଜ୍ୟୋସ୍ନା ଵିଧୌତ

ନିର୍ମଳ ରଜନୀରେ

ତୁମ ଆଖିରେ ମୋର୍ ପ୍ରତିଛବିକୁ 

ସବୁବେଳେ ଏମିତି ହିଁ

ସଜେଇ ରଖିବା ପାଇଁ.......।।

ଇଚ୍ଛା ହୁଏ,

ଏଇ ସୁନ୍ଦର ଜହ୍ନର ଜୋଛନା ତଳେ

ତୁମକୁ ଅହରହ ଦେଖୁଥିବା ପାଇଁ

ଭାବନାରେ,କଳ୍ପନାରେ ପୁଣି

ତୁମ ମଧୁମୟ ପ୍ରେମର

ସାନିଧ୍ୟ ପ୍ରାପ୍ତି କରିବା ପାଇଁ.......।।

ଇଚ୍ଛା ହୁଏ,

ଏଇ ଶୀତ ରାତିର ମନ୍ଦ ମନ୍ଦ

ଶୀତଳ ହେମାଳ ପବନରେ

ଶିଶିର ର୍ ବୁନ୍ଦା ବୁନ୍ଦା କାକରରେ

ତୁମ ସହ ପ୍ରେମାଳାପରେ

ପ୍ରେମର ଦୁନିଆଁରେ ହଜିବା ପାଇଁ .....।।

ଇଚ୍ଛା ହୁଏ ,

ଏଇ ବିସ୍ତୀର୍ଣ୍ଣ ଆକାଶର ତଳେ

ଧରଣୀର ସବୁଜିମା ଭରା ଗାଲିଚାରେ

ତୁମ ସହ ବସି

ଚାରି ଆଖିର ଏଇ ଆଖିଏ ସ୍ୱପ୍ନକୁ ନେଇ

ବାସ୍ତବତା ର୍ ରଙ୍ଗରେ 

ରଙ୍ଗେଇ ଦେବାପାଇଁ………।।

ଇଚ୍ଛା ହୁଏ,

ମୋର୍ ଅତି ନିକଟରେ ତୁମକୁ ରଖି

ମୋର୍ ଶରୀରର ପ୍ରତିଟି କଣିକାରେ

ମୋର୍ ହୃଦୟର୍ ପ୍ରତିଟି ସ୍ପନ୍ଦନରେ

ତୁମ ପ୍ରତିଥିବା ଅହେତୁକ ଭଲପାଇବାକୁ 

ଦେଖେଇ ଦେବା ପାଇଁ…….।।

ଇଚ୍ଛା ହୁଏ,ମିତାଶ୍ରୀ

ତୁମକୁ ମୋର୍ ବାହୁ ବନ୍ଧନରେ

ସବୁବେଳେ ବାନ୍ଧିକରି ରଖିବାପାଇଁ

ମୋର୍ ଛୋଟିଆ ହୃଦୟରେ ଥିବା

ଆମ ପ୍ରେମର ଫଲଗୁ ବାରିଧାରାରେ

ତୁମକୁ ଭିଜେଇ ଦେବାପାଇଁ …….।।

ହଁ ମିତାଶ୍ରୀ ଇଚ୍ଛା ହୁଏ

ତୁମକୁ ପ୍ରେମାଲିଙ୍ଗନ କରି

ଗୋଟାପଣେ ତୁମର ସବୁ ଦୁଃଖ,କୋହକୁ ଲାଘବ କରି

ମୋ ହୃଦୟରେ ଥିବା ଅନାବିଳ ପ୍ରେମକୁ

ତୁମକୁ ଭେଟି ଦେବାପାଇଁ…….।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance