STORYMIRROR

Dharitri Das

Romance

4  

Dharitri Das

Romance

ଝରକାର ଆରପାଖେ

ଝରକାର ଆରପାଖେ

1 min
887


ନୀରବ ନିସ୍ତବ୍ଧ ରାତ୍ରିର ଅନ୍ଧକାରରେ

ଛପି ଛପିକା ଝରକାର ଆରପାଖରେ

ଦେଖା କରି ସଭିଙ୍କ ଆଖି ଆଢ଼ୁଆଳରେ

କଥା ହେଉଥିଲ ସଦା ତୁମେ ଇସାରାରେ।

କେତେ ମଜା ଥିଲା ସେହି ଭଲ ପାଇବାରେ

ସତ କୁହ ପ୍ରିୟତମା ଅଛିକି ମନରେ

ବେଳେବେଳେ ଥାଏ ମୁଁହି ଘରର ଭିତରେ

ତୁମେ ଚାହିଁ ଥାଅ ଝରକାର ଆରପାଖରେ

ସବୁ ରହିଅଛି ଏବେବି ମୋର ସ୍ମୃତିରେ।

ଆଖି ଇସାରାକୁ ତୁମ ବୁଝିବାରେ ମାହି

ଥିଲିବୋଲି ଜାଣିଥିଲ ତୁମେ ପ୍ରାଣସହି

ସେଥିପାଇଁ ପରା ମନ କଥା ଦେଉ କହି

ଚତୁର ପଣରେ ଆଖିରେ ଆଖିରେ ତୁହି

ବୁଝିବାକୁ ଥାଏ ଅପଲକ ନୟନେ ଚାହିଁ।

ମୁଁ କିନ୍ତୁ ଏବେବି ଝୁରୁଛି ସେହି ଦିନ ଗୁଡିକୁ

ମନ ମୋର ଧାଇଁ ଯାଏ ସତେ ତୁମରି ପାଖକୁ

ଆପେ ଆପେ ସେ ଝରକାର ଆରପାଖକୁ

ଦେଖିବାକୁ ଚାହୁଁଥିଲା ତୁମରି ରୂପକୁ

ଆଖିର ଇସାରାସବୁ ଥରେ ବୁଝିବାକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance