STORYMIRROR

Chinmayee Sahoo

Romance

4  

Chinmayee Sahoo

Romance

ପ୍ରେମ ପୁଲକ

ପ୍ରେମ ପୁଲକ

1 min
1.2K

ରୂପା ଜହ୍ନ ସ୍ପର୍ଶେ ତୋଫା ତୋଫା ରାତି

 ଝରେ ତୁମ ସ୍ମୃତି ଭରି ମିଠା ତାତି।


ଅମାନିଆ ହୁଏ ଏଇ ମନ ଏତେ 

  ତୁମକୁ ପାଖରେ ପାଇବାକୁ ସତେ।


ହାଲ୍କା ହାଲ୍କା ବହେ ଶୀତଳ ସମୀର

  ଶିହରଣ ଜାଗେ ମନ ମୋ ଆତୁର।


ତୁମେ କି ବୁଝିବ ଏ ମନ ବେଦନା

   ଦୂରେ କର୍ମତାଡନାରେ ଆନମନା।


ତୁମ ସହ ଯେଉଁ ଅଭୁଲା ମୁହୂର୍ତ୍ତ

   ଭାଳି ହୁଏ ସିନା ମୋ ଅବୁଝା ଚିତ୍ତ।


ମଧୁଠୁ ମଧୁର ଏ ରାତି ସୁନ୍ଦର

   ପ୍ରେମପୁଲକରେ ଖୋଜେ ଅଭିସାର।


ଆସ ଆସ ସାଥି ବିତେ ଏ ଯାମିନି

  ଅପେକ୍ଷିତ ତୁମ ପାଇଁ ଏ କାମିନି।


ଆସି ଭରିଦିଅ ପ୍ରେମ ମାଦକତା

  ହରି ସବୁ ତୃଷ୍ଣା ଭାଙ୍ଗି ନୀରବତା।


କହିଯାଅ କାନେ ପ୍ରେମ ମହାମନ୍ତ୍ର

  ପ୍ରେମର ଦହନ ଦହେ ପ୍ରତି ତନ୍ତ୍ର।


ପ୍ରସମିତ କରି ପ୍ରେୟସୀ ବେଦନା

  ଯାଅ କର୍ମପଥେ ନାହିଁ ମୋର ମନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance