ସ୍ମୃତି
ସ୍ମୃତି
1 min
177
ସ୍ମୃତି ତୋର ସତେ ମଉଳା ଗୋଲାପ
ପୁରୁଣା ଡାୟରୀ ସାଇତା
ସେଇ ଡାୟରୀର ସାୟରୀ ପଢିଲେ
ମନେ ଭରେ ମୋ ନୀରବତା।
ତୁ ଏବେ ଅଫେରା ପଥିକ ସାଜିଲୁ
ମୁଁ ଯେ ଭଗ୍ନ ପାନ୍ଥଶାଳାଟି
ତୋ ପାଇଁ ନାହିଁ ମୋ ଆଳୟେ ଆଦର
ଫିକା ତୋର ସ୍ମୃତି ଛବିଟି।
ମନେ ଅଛୁ ଏବେ ଖାଲି ତୁହି ସତେ
ପ୍ରତାରିକା ବୋଲି ମନରେ
ଲିଭିନି ଯଦିବା ତୋ ସ୍ମୃତି କିଞ୍ଚିତ
ନାମ ଧରିବିନି ଅଧରେ।
