STORYMIRROR

Chinmayee Sahoo

Others

3  

Chinmayee Sahoo

Others

ସ୍ମୃତି

ସ୍ମୃତି

1 min
187


ସ୍ମୃତି ତୋର ସତେ ମଉଳା ଗୋଲାପ

  ପୁରୁଣା ଡାୟରୀ ସାଇତା

ସେଇ ଡାୟରୀର ସାୟରୀ ପଢିଲେ

  ମନେ ଭରେ ମୋ ନୀରବତା।


ତୁ ଏବେ ଅଫେରା ପଥିକ ସାଜିଲୁ

   ମୁଁ ଯେ ଭଗ୍ନ ପାନ୍ଥଶାଳାଟି

ତୋ ପାଇଁ ନାହିଁ ମୋ ଆଳୟେ ଆଦର

 ଫିକା ତୋର ସ୍ମୃତି ଛବିଟି।


ମନେ ଅଛୁ ଏବେ ଖାଲି ତୁହି ସତେ

   ପ୍ରତାରିକା ବୋଲି ମନରେ

ଲିଭିନି ଯଦିବା ତୋ ସ୍ମୃତି କିଞ୍ଚିତ

 ନାମ ଧରିବିନି ଅଧରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍