STORYMIRROR

Chinmayee Sahoo

Tragedy

3  

Chinmayee Sahoo

Tragedy

ଛଳନା

ଛଳନା

1 min
126


ପ୍ରେମରେ ମୋହର ଛଳନା ଭରିଲ

ଆଗୋ ବେଦରଦୀ ପ୍ରିୟା

ଭୁଲିଗଲ ମୋର ପ୍ରେମିକପଣିଆ

କେମିତି ସହିଲା ହିଆ।


ତୁମ ନୀରିହତା ତୁମ ସରଳତା

ତୁମ ସେ ପିଲାଳିଆମି

ଯାହା ପାଇଁ ମନ ପାଗଳ ଥିଲା ମୋ

ଶତ ଗଗନକୁ ଚୁମି।


କେମିତି ଜାଣିବି ସେ ସରଳପଣେ

ମିଛ ଥିଲା ପ୍ରେମ ନାଆଁ

ରଜାଝିଅ ଆଗୋ ରଜାପୁଅ ଦେଖି

ବାଛିନେଲ ତୁମେ ସିନା ।


ଗରୀବ ପୁଅ ମୁଁ ଅଯୋଗ୍ୟ ହୋଇଲି

ପ୍ରେମ ହେଲା ବାଟବଣା

କେମିତି ହେଲ ମ ଏତେ ବେଇମାନୀ

ଜାଳି ଦେଇ ମୋ ଦୁନିଆ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy