STORYMIRROR

Chinmayee Sahoo

Comedy

4  

Chinmayee Sahoo

Comedy

ରାତି ଅଧିଆ ପ୍ରେମ

ରାତି ଅଧିଆ ପ୍ରେମ

1 min
294


ଝୁମୁ ଝୁମୁ ଚାଲିଯାଏ ନାଁ ତା' ଝୁମୁରି

ଧଡ଼ଧଡ ଧଡିଆ ତା'ପ୍ରେମେ ହୁଏ ଘାରି।


ନିର୍ଜନନିଶିଥେ ଭେଟିବାକୁ ପ୍ରିୟା ସାଥେ

 ସଦର୍ପେ ଭିଡିଛି ଧଡି ଅନ୍ଧକାର ପଥେ।


ନ ଦେଖି ଗବାକ୍ଷ ପଥେ ହାତକୁ ବଢାଇ

ପ୍ରିୟା ଭାବି ଟାଣିଦେଲା ଆନ କା'ରେ ଯାଇ। 


ଅତି ସ୍ନେହେ ଡାକଦିଏ ଆସ ମୋ ଝୁମୁରି

ଅନ୍ଧାରେ ଉଠିଲା କେହି ଜଣେ ଯେ ଘୁମୁରି।


ହାତ ତା'ର ଅନ୍ଧାରେ କେ ପକାଇଣ ଧରି  

 ମୋଡି ଦେଲା ବହୁ ଜୋରେ କଡ଼ମଡ କରି।


ମରିଗଲି ମରିଗଲି ଡାକଦେଲା ଧଡି

ଆର ଘରୁ ଝୁମୁରି ମା' ଆସିଲା ଦଉଡ଼ି।


ଜଳାଇଲା ବତୀ କିଏ ବୋଲିଣ ତ୍ୱରିତ

ଆଲୁଅରେ ଦେଖେ ଧଡି ଝୁମୁରିର ତାତ।


 ଧରିଛନ୍ତି ଧଡି ହାତ ଆଖିକୁ ତରାଟି 

କହିଲେ ଆଉ ଆସିଲେ ଦେବି ଗଳାକାଟି।


 ରାତି ଅଧିଆ ପ୍ରେମର ନିଶା ଗଲା ଖସି

ବେଳଗଲା ଭଘ୍ନହସ୍ତ ଆଉଁସି ଆଉଁସି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy