STORYMIRROR

Chinmayee Sahoo

Others

4  

Chinmayee Sahoo

Others

ମୋ ଗାଆଁର ରୂପ

ମୋ ଗାଆଁର ରୂପ

1 min
17


 ମୋ ଗାଆଁ ର ରୂପ ବଦଳି ଯାଇଛି
 ବାସୁଛି ସହର ସହର
ତା ପୂତ ପ୍ରାଣରେ ଭରିଯାଇଅଛି
 ପାଶ୍ଚାତ୍ୟବାଦର ଜହର।...(୦)
ନାହିଁ ଆଉ ସେଠି ପୂରୁବ ଚଳଣି
 ପୁରାତନ ଗୈାରବ ଗାଥା
 ନାହିଁ ଆଉ ସେଠି ଗାଉଁଲି ଛିଟାର
 ମିଠା ମିଠା ଅସରା ପ୍ରଥା।
 ସକାଳୁ ଶୁଭୁନି କୁକ୍କୁଟର ରାବ
 ଡାକରା ଗଉଡ଼ ପୁଅର ...(୧)
 ନଈତୁଠେ ନାହିଁ ଗହଳି ଚହଳି
ନିତ୍ୟ କରମ ତାଡ଼ନାରେ
 ଧୂମମୟ ଆଉ ନ ଦିଶେ ସକାଳ
 ଛପର ଛାଉଣିର ଘରେ।
ମାଳ ମାଳ କୋଠା ଗଢିଉଠିଅଛି
ନାହିଁ ଆଉ ସେ ମାଟିଘର...(୨)
 ଆଷାଢ଼ ପହିଲି ମାଟିର ବାସନା
 ମିଳେନାହିଁ ମୋର ଗାଆଁରେ
 ପକ୍କା ସଡ଼କ ଟି ସଦର୍ପେ ଶୋଇଛି
ମାଟି ମାଆର ବକ୍ଷ ପରେ।
 ଶଗଡ଼ ବଳଦ ଚିହ୍ନ ଲିଭିଲାଣି
 ଚାଲେ ସାଇଁ ସାଇଁ ମଟର...(୩)
 ବ୍ରାହ୍ମଣଙ୍କ  ଧ୍ୱନି ନ ଶୁଭଇ ଅବା
  କୁଆଁର ପୁନେଇଁର ଗୀତ
 ନିଆଁ ପୁଇଁବାକୁ ନ ଆସନ୍ତି ଆଉ
 ସାହି ଭାଇ ସଖା ସଙ୍ଗାତ।
 ତୋଟା ନଈପଠା ଶ୍ରୀହୀନ ଦିଶଇ
 ଗ୍ରାମ ଦେବତୀଙ୍କ ମନ୍ଦିର.....(୪)
 ଆଈ ମାଆ ଗପ ସଞ୍ଜର ଆଳାପ
 ନାହିଁ ସେ ପଖାଳର କଂସା
 ଚାଉମିନି  ବିରିଆନି ଖାଇବାରେ
 ଆଜିର ପୀଢ଼ିଙ୍କର ଆଶା।
 ବାହା ଝିଅ ଆଉ ଲାଜ କରୁନାହିଁ
 ନ ଶୁଭେ ତା 'କାନ୍ଦଣା ସୁର..(୫) ××××××××××××××××××                      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍