ଝରେ ଯେବେ ବରଷା
ଝରେ ଯେବେ ବରଷା
ଝରେ ଯେବେ ଆକାଶରୁ
ଝର ଝର ବରଷା
କଳାକମଳ ନୟନୁ
ଝରେ ଲୁହ ସହସା।..(୦)
ଝରେ ଯେବେ.....
ଭୁଲି ପାରିବ କି ଜଗା ରାଧା ଚନ୍ଦ୍ରବଦନୀ
ପହିଲି ପ୍ରୀତି ପୁଲକ ଭରିଥିଲା ସଜନୀ।
ଝୁରେ ଆଜି ସେ ବିରହ
-ମିଳନର ପ୍ରତ୍ୟାଷା....(୧)
ଗମ୍ଭୀରିଭିତରେ ଜଗା ହୁଏ ଭାବ ଗମ୍ଭୀର
ଭକ୍ତପାଇଁ ଶ୍ରୀକ୍ଷେତ୍ରରେ ବନ୍ଧା କଳା ଠାକୁର।
ମନେ ମନେ ଦୋଷୀ ସିଏ
ଭାଙ୍ଗି ରାଧା ଭରସା....(୨)