STORYMIRROR

Mitali Madhusmita

Romance

4  

Mitali Madhusmita

Romance

ମନର ଅତିଥି

ମନର ଅତିଥି

1 min
512

ସାରା ସଂସାରର ସବୁ ସ୍ବପ୍ନ 

ମୂର୍ତ୍ତିମନ୍ତ ଯାହା ଠାରେ 

ସିଏ ମୋର 

ମନର ଅତିଥି ମଣିଷ

ସ୍ୱର୍ଗ, ଆକାଶ, ସାଗର 

ସବୁଠୁ ଗଭୀରତମ ପ୍ରଦେଶ ରେ 

ତାଙ୍କର ସ୍ଥିତି

ସେ ଅପହଞ୍ଚ, ଅନୁପମ 

ପୁଣି ମୋର ହୃଦୟର ସଖା, 

ସମୁଦ୍ରର ଗଭୀର  ତାଙ୍କ ହୃଦୟ 

ଆକାଶର ନୀଳିମା ତାଙ୍କ ଆଖିରେ

ମୁଁ ଅନୁଭବ କରେ 

ଅସୀମ  ଓ ଗଭୀର ମୋ ପାଇଁ, 

ଯାହାର ସୀମା ସରହଦ ନାହିଁ

ସେ ନିଶବ୍ଦ ରାତିର ସ୍ୱର 

ନିର୍ଜନ ସଂଗୀତ ର ମାଦକତା 

ଯାହା ମୋତେ ବିଚଳିତ କରେ ବାରମ୍ବାର, 

ତାହା ଅସୀମ ଆଉ ଅବ୍ୟକ୍ତ ମୋ ପାଇଁ, 

କିନ୍ତୁ, ପ୍ରତିକ୍ଷଣେ ମୋତେ ଯାଏ ଛୁଇଁ

ସେ ଅବ୍ୟକ୍ତ ଭାବନାକୁ

ନା 'ମୁଁ ଶବ୍ଦ ଦେଇପାରେ 

ନା ମୋ କଲମ ଦେଇ ପରେ ରୂପ, 

ହୃଦୟକୁ ବାନ୍ଧିଦିଏ 

ଯେଉଁ ଅନୁଭବ, 

ଅଜାଣତେ ଯାହା ଯାଏ ଛୁଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance