STORYMIRROR

Mitali Madhusmita

Others

3  

Mitali Madhusmita

Others

କାଢିନିଅ ପ୍ରଭୁ ଦେହରୁ ନିଶ୍ୱାସ..

କାଢିନିଅ ପ୍ରଭୁ ଦେହରୁ ନିଶ୍ୱାସ..

1 min
408

ହେ ମାୟାଧର !

ଏ ମିଛମାୟା ସଂସାରର ମହାନାୟକ

ତୁମେ ପା କହିଛ, 

"କାମନାର ବିନାଶରେ ଦୁଃଖ ର ବିନାଶ"

ଏ ଉକ୍ତି ର ମର୍ମ ବୁଝେ ଏ ଅଭିମାନୀ ଭକ୍ତ

ତଥାପି, 

କାହିଁକି ଏ ମନ ହୁଏ ଆନମନା ?

ଦୟାକର, 

ହେ କ୍ଷମା ସାଗର !

କାଢ଼ିନିଅ ମନରୁ ଅହେତୁକ ଆଶା .. ପାଇବାର.. ଲାଳସା 

ଯାହା ପ୍ରତ୍ୟେକ ମଣିଷକୁ କଷ୍ଟ ଦୁଃଖ ବ୍ୟତିରେକ, 

ଆଉ କିଛି ଦିଏ ନାହିଁ !

ଭରିଦିଅ ଏ ମନରେ

ତବ ନାମ.. ତବ ପ୍ରେମ.. ଓ ବିଶ୍ୱାସ, 

ଜୀବନର ଏଇ ଲମ୍ବା ରାସ୍ତା 

ତୁମ ବିନା ବାକି ସବୁ ମିଥ୍ୟା !

ଦିବା ସତ୍ୟ ରାତ୍ର ସତ୍ୟ 

ସତ୍ୟ ତବ ଉପସ୍ଥିତି, 

ଲୋଡ଼ା ନାହିଁ ଧନ ରତ୍ନ

ଲୋଡ଼ା ନାହିଁ ସୁଖର ସମ୍ଭାର, 

ଆନ୍ଦୋଳିତ, ବିଚଳିତ ମନ 

ଏ ଅଶାନ୍ତ ନଗରେ, 

କାଢି ଦିଅ ପ୍ରଭୁ  ଦେହରୁ ନିଶ୍ୱାସ



Rate this content
Log in