STORYMIRROR

Mitali Madhusmita

Tragedy

3  

Mitali Madhusmita

Tragedy

ଅଧୁରା ସ୍ୱପ୍ନ

ଅଧୁରା ସ୍ୱପ୍ନ

1 min
335

ନିଦ୍ରିତ ରଜନୀ ଯାଇଅଛି ପାହି, 

ହୃଦୟରେ ଅଛି କୋହ 

ତୁମରି ବିହୁନେ ଏ ମୋ ପରିଧି, 

ଦିଶେ ଅନ୍ଧକାରମୟ l


ଯାଦୁକରୀ ତୁମ ସ୍ନେହ ବୋଳା କଥା

ହୃଦୟେ ଅଲିଭା ଗାର, 

ସମୟର ନଈ ଯିବ ସିନା ବହି

ଅନ୍ତରୁ ନହେବ ପର l


ଉଦୟ ସୂରୁଜ ଅସ୍ତଗାମୀ ହୁଏ

ଦିନ ପରେ ଆସେ ରାତି, 

ମନର ବନାନୀ ତୁମରି ବିହୁନେ 

ଆନ୍ଦୋଳିତ ହୁଏ ନୀତି l


ତୁମରି ସ୍ନେହରେ ବନ୍ଧା ମୋ ଜୀବନ

ତୁମେ ମୋ ପାଇଁ ସଦା 

ଜୀବନର ଏଇ ଦୋଛକି ମୋଡ ରେ, 

ତୁମ ବିନା ମୁଁ ଅଧା l


ତୁମ ଠାରୁ ମୁଁ ଅଲଗା ହୋଇଲି 

ମନରେ ତୁମରି ଦାଗ, 

ସ୍ବପ୍ନ ମୋ ପାଇଁ ହୋଇଗଲା ସ୍ନେହ 

ଛାଇ ଗଲା କଳା ମେଘ l


ଅଦିନ କୁହୁଡି ଅଦିନିଆ ମେଘ 

ବୈଶାଖ ଗ୍ରୀଷ୍ମର ଦାଉ,  

ସହି ହୁଏ ନାହିଁ ଏତେ କଷ୍ଟ ଅବା

ଜୀବନଟା ପଛେ ଯାଉ l


ଅଦିନେ ମଉଳି ଫୁଲ ଯେବେ ଫୁଟେ 

ମାଳୀକୁ କେ ଦେବ ମୂଲ, 

ଭାଙ୍ଗିଗଲା ତୁମ ସପନ ସୌଧ 

ବୁଝିବ କେ ଭଲ ମନ୍ଦ l



Rate this content
Log in

Similar oriya poem from Tragedy