STORYMIRROR

Mitali Madhusmita

Tragedy

4  

Mitali Madhusmita

Tragedy

ତୁମ ନୀରବତା

ତୁମ ନୀରବତା

1 min
469

ମୋ ଆଖିରେ ଲୁହ ତୁମ, 

ଅସହ୍ୟ ବେଦନା 

ମୋ ଓଠ ରେ ହସ ତୁମ, 

ଖୁସିର ଠିକଣା

କହୁଥିଲ ମୁଁ ତୁମ 

କଥା କୁହା କଣ୍ଢେଇ, 

ଅଧା ବାଟେ ହାତ ଛାଡି

ଦେଲ କାହିଁ ଭଣ୍ଡେଇ

ବାଟ ଚାଲୁ ଥିଲି ମୁଁ

ଧରି ତୁମ ହାତ, 

କୁହଥରେ ଛାଡିଦେଲ 

କାହିଁକି ମୋ ହାତ

ନ ଦେଖି ମୋତେ ତୁମେ 

ପାର ନାହିଁ ରହି, 

କେମିତି ଶୋଇଛ ତୁମେ 

ବାଲିଚର ହୋଇ

ତୁମର ଏ ନୀରବତା 

ମୁଁ ପାରୁନି ସହି, 

ଅମାନିଆ ଆଖି ଦୁଇ 

ଅବାରିତ ଯାଏ ବହି

ନିଜଠୁ ଅଧିକ ମୋତେ 

ପାଉଥିଲ ଭଲ, 

କେଉଁ ଦୋଷେ ଜାଗା ମୋର 

କାହାକୁ ବା 'ଦେଲ

ଅଦିନିଆ ଝଡ ନେଲା 

ମୋ ଠାରୁ ଛଡେଇ, 

ମୋ ଓଠ ରୁ ହସ 

ପୁଣି ନେଲ ଚୋରେଇ

ଛାଡି ଚାଲିଗଲ 

ତୁମେ ଅଜଣା ସେ ରାଇଜ, 

ଶେଷ ଇଚ୍ଛା ତୁମ ରଖି 

ମୋ ପାଖେ କରଜ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy