STORYMIRROR

Mitali Madhusmita

Tragedy

3  

Mitali Madhusmita

Tragedy

ମୁଁ ଖୋଜୁଛି

ମୁଁ ଖୋଜୁଛି

1 min
262

ନିଃସଙ୍ଗତା ଓ ନୈରାଶ୍ୟ ଜଡିତ ମୋର ଅଶାନ୍ତ ଜୀବନେ, 

ମୁଁ ଖୋଜେ, 

ଶାନ୍ତିର ଛୋଟ କପୋତଟିଏ ll


ଅମାବାସ୍ୟାରେ ପୂର୍ଣ୍ଣ ମୋ ଜୀବନର

ପ୍ରତ୍ୟେକଟି ରାତିରେ 

ମୁଁ ଖୋଜେ, 

ଜ୍ୟୋସ୍ନାବିଧୌତ ରାଜନୀର କିଛିଟା ମୁହୂର୍ତ୍ତ ll


କାଳବୈଶାଖୀରେ ପରିପୂର୍ଣ୍ଣ ମୋ ଜୀବନର 

ପ୍ରତିଟି ପାଦରେ 

ମୁଁ ଖୋଜେ, 

ଶ୍ରବଣରେ ଭିଜା କିଛି କ୍ଷଣ ll


ମୋ ଜୀବନର ସମସ୍ତ

ସନ୍ଦେହୀ ମଣିଷମାନଙ୍କ ଭିତରେ, 

ମୁଁ ଖୋଜେ, 

ଛୋଟ ଏକ ହୃଦୟର ବୁନ୍ଦାଏ ବିଶ୍ୱାସ ll


ଶେଷରେ....

ମୁଁ ଖୋଜେ, 

ବିଷାଦର ଗରଳରେ ପରିପୂର୍ଣ୍ଣ 

ମୋ ଜୀବନର ପାତ୍ରରେ,  

ବିଜୁଳି ପରି ଝଲସି ଯାଉଥିବା ଚେନାଏ ହସର, 

ଛୋଟିଆ ଝଲକଟିଏ.. !! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy