Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mitali Madhusmita

Others

3  

Mitali Madhusmita

Others

ଜୀବନ ରଙ୍ଗମଞ୍ଚ

ଜୀବନ ରଙ୍ଗମଞ୍ଚ

1 min
313


ଅଭିନୟ କରିଛ କେବେ ଜୀବନ ରଙ୍ଗମଞ୍ଚରେ? 

ଦେଖିଛ କେବେ ଜାଳି ଯାଇଥିବା, 

ଅଧା ସିଗାରେଟ୍ କୁ ? 

ଶୁଣିଛ କେବେ ସୁର ନଥିବା, 

ବେସୁରା ରାଗିଣୀ? 

ମାପିଛ କେବେ, 

ନିଶିଗନ୍ଧାର ବେଦନା ଆଉ କେତକୀର କୋହ କୁ? 

କହିପାରିବ, 

ଚାତକର ପ୍ରତୀକ୍ଷା ର ଆୟୁଷ କେତେ? 

ବୁଝିଛ କେବେ, 

ସହର ର ଗଳି  ରେ ଥିବା, 

କାଗଜ ଫୁଲର ମନକୁ? 

ଜାଣିଛ କେବେ, 

ଲହରୀ ଦ୍ୱାରା ପ୍ରତ୍ୟାଖାନ ହେଇଥିବା, 

ଜଳ ବୁନ୍ଦା ବିଷୟରେ ? 

କହିପାରିବ? 

ଜଳୁ ଥିବା ମହମ ର ଅସ୍ତିତ୍ବ କ'ଣ ? 

ତେବେ ପାଇଯିବ ମୋତେ ନେଇ, 

ତୁମ ମନରେ ଉଠୁଥିବା 

ସମସ୍ତ ପ୍ରଶ୍ନ ର ଉତ୍ତର ।



Rate this content
Log in